ଶୋଇଥିବା ଅବସ୍ଥାରେ ଚାଲିଗଲା ୪ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୟଙ୍କର ଅଗ୍ନିକାଣ୍ଡ। ଘରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ୪ ଯୁବକ। ହରିୟାଣାର ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା। ଏଠାକାର ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବିଳମ୍ବିତ ରାତିରେ ପୀଡିତମାନେ ଗୋଟିଏ କୋଠରୀରେ ଶୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।

ସମସ୍ତ ମୃତକ ହେଉଛନ୍ତି ବିହାରର ବାସିନ୍ଦା। ସେମାନେ ହେଲେ ମହମ୍ମଦ ମୁସ୍ତାକ୍‌ (୨୮), ନୁର ଆଲାମ (୨୭), ସାହିଲ (୨୨) ଏବଂ ଅମାନ (୧୭) । ତେବେ ସୂଚନା ମୁତାବକ,   ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ। ଏମାନେ ସମସ୍ତେ ଜେ ବ୍ଲକର ହଓ୍ୱା ମହଲରେ ଭଡ଼ାରେ ଘର ନେଇ ରହୁଥିଲେ। ସେପଟେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି। ପୂରା ମାମଲର ତଦନ୍ତ ପୁଲିସ ଜାରି ରଖିଛି।

Leave A Reply

Your email address will not be published.