କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ। ଆସନ୍ତୁ ଆଜି ଏ ବିଷୟରେ ଜାଣିବା।
୧) ସମୁଦ୍ରଶାସ୍ତ୍ରରେ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।
୨) ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।
୩) ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।
୪) ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।
୫) ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।