ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର।ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟି ଧରାପଡ଼ିଲେ।ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ୍ କାଟିଥିଲେ। ୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ। ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ। ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଲା।
ସୂଚନା ଅନୁଯାୟୀ ଆଜି ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଜରିମାନା ବାବଦକୁ ୪୦ ହଜାର ଟଙ୍କା ଦେଇଥିଲେ ଟ୍ରାକ୍ଟର ମାଲିକ । ହେଲେ ମାଲିକଙ୍କୁ ୩୦ ହଜାର ଟଙ୍କାର ରସିଦ ଧରାଇ ଦେଇ ୧୦ ହଜାର ଟଙ୍କା ନିଜ ପକେଟ୍କୁ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଅତିରିକ୍ତ ତହସିଲଦାରଙ୍କ ସହ ଆଉ ୩ ଜଣ ଆରଆଇଙ୍କୁ ମଧ୍ୟ ଅଧିକ ପଚରାଉଚରା ପାଇଁ ନେଇଛି ବ୍ରହ୍ମପୁର ଭିଜିଲାନ୍ସ ।