ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼

0

ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼; ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା। ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ। ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀଙ୍କ ଇସ୍ତଫା।ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର।

ସେହିପରି ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।

Leave A Reply

Your email address will not be published.