ଗୃହରେ ପାଣ୍ଡିଆନ ତାତି

0

ଓଡ଼ିଆ ନ୍ୟୁଜ୍: ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ।ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ।ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ। ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ।ଆଗରୁ ପାଣ୍ଡିଆନ ସର୍ବେସର୍ବା ଥିଲେ, ଏବେ ଆପଣ ବାଘ ହୋଇ କଥା କହୁଛନ୍ତି।’୨୦୨୪ ନିର୍ବାଚନରେ ଲୋକେ ଆପଣଙ୍କୁ ତଡ଼ିପାର କଲେ’।ଏବେ ନୂଆପଡ଼ାରେ ପ୍ରମାଣିତ ହେଲା ବିଜେଡି ଆଉ କିଛି ନାହିଁ।

ନବୀନଙ୍କ ଠାରୁ ଅଧିକ ପାୱାରଫୁଲ୍ ଥିଲେ ପାଣ୍ଡିଆନ୍ ! ତାଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷାକର୍ମୀ । CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାର ପ୍ରାଥମିକତା। ଯୁଆଡେ ଯାଉଥିଲେ ଥାନା ଖାଲି କରି ସୁରକ୍ଷା ଦେଉଥିଲା ପୋଲିସ। ପାଣ୍ଡିଆନଙ୍କ ସୁରକ୍ଷାରେ ଝାଳ ବୁହାଉଥିଲା ପୋଲିସ। ଗତକାଲି ବିଧାନସଭାରେ ପାଣ୍ଡିଆନଙ୍କ ନାଁ ନ ନେଇ ଏମିତି ଢଙ୍ଗରେ ଟାର୍ଗେଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମୁଲତବି ଆଲୋଚନାରେ ଉତ୍ତର ରଖି ତତ୍କାଳୀନ ବିଜେଡି ସରକାରର ଗୁମର ଖୋଲି ବିଜେଡି ସଦସ୍ୟଙ୍କୁ ଘେରିଥିଲେ ।

Leave A Reply

Your email address will not be published.