ସୁଜାତାଙ୍କ ଗୁମର ଖୋଲିଲେ ପ୍ରତାପ

0

ଓଡ଼ିଆ ନ୍ୟୁଜ୍: ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଲେ ପ୍ରତାପ ଦେବ।ସୁଜାତାଙ୍କ ବିଭାଗ ଫେଲ୍ ମାରୁଥିବା ପରୋକ୍ଷରେ କହିଲେ ପ୍ରତାପ। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବକୁ ନେଇ ପରୋକ୍ଷରେ ମୁଖା ଖୋଲିଦେଲେ।ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବ ହେବା ଚିନ୍ତାର ବିଷୟ- ପ୍ରତାପ।ବିଧାୟକ, ସାଂସଦ ଓ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ପାଇଁ ଦେଲେ ପରାମର୍ଶ।ନହେଲେ ବିଗତ ସରକାର ପରି ଆପଣ ମଧ୍ୟ ଫେଲ୍ ମାରିବେ: ପ୍ରତାପ।’ଅତୀତ ସରକାରରେ ଫେଲ୍‌ ମାରିବା ଆମେ ଦେଖିଛୁ’।

ପୂର୍ବତନ ମିଶନ ଶକ୍ତି ଓ ଶିଶୁ ମହିଳା ବିକାଶ ସଚିବ ସୁଜାତା ପାଣ୍ଡିଆନଙ୍କ କାର୍ଯ୍ୟ ଦକ୍ଷତା ପରୀକ୍ଷାରେ ମୁଖା ଖୋଲିଦେଲେ ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ । ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ନେଇ ପ୍ରଶ୍ନକାଳରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରତାପ ଦେବ ସେଥିରେ ଭାଗ ନେଇ କହିଥିଲେ କି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବିଳମ୍ବ ହେବ ଚିନ୍ତାର ବିଷୟ । ସରକାର ଚାହିଁଲେ ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି ଓ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ କଲେ ଭଲ ହେବ। ଖାଲି ବିଧିବ୍ୟବସ୍ଥାରେ ନ ହେଉ । କାହିଁକି ନା ବିଗତ ସରକାର ଯେମିତି ଫେଲ ମାରୁଥିଲେ ଆପଣ ମଧ୍ୟ ଫେଲ ମାରିବେ । ଅତୀତ ସରକାରରେ ଫେଲ ମାରିବା ଆମେ ଦେଖିଛୁ।

ପ୍ରତାପଙ୍କ ଆଜିର ଏ ପରାମର୍ଶ ଗୃହକୁ ବେଶ୍ ଚର୍ଚ୍ଚାକୁ ଆଣିଥିଲା। ଯେତେବେଳେ ତାଙ୍କ ସରକାର ଥିଲେ ସେ କାହିଁକି ଏ କଥା କହୁଥିଲେ । ନା ପାଣ୍ଡିଆନଙ୍କ ପତ୍ନୀଙ୍କ ହାତରେ ଦାୟିତ୍ଵ ଥିଲା ବୋଲି କହିବାକୁ ସାହାସ କରି ପାରୁ ନଥିଲେ ବୋଧେ ଆଲୋଚନାର ବିଷୟ ପାଲଟିଛି।

Leave A Reply

Your email address will not be published.