ଓଡ଼ିଆ ନ୍ୟୁଜ୍: କଟକ ବିଶୃଙ୍ଖଳାକୁ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ। କିଛି ଅସାମାଜିକ ଲୋକ ଜେଲ୍ରୁ ମୁକୁଳିଥିଲେ। ସେମାନଙ୍କୁ କିଛି ଲୋକ ବିଶୃଙ୍ଖଳା ପାଇଁ ଉସୁକାଉଥିଲେ।ମୋ ପାଖରେ ଯାହା ସୂଚନା ଥିଲା ଜଣାଇଥିଲି’।କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ, ଆଗରୁ ଚିହ୍ନଟ ଦରକାର ଥିଲା।ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଶାନ୍ତି ଫେରାଇ ଆଣିବ’।
ଏମପି ମହତାବ ଆହୁରି କହିଛନ୍ତି, “ମୋ ପାଖରେ ଯେଉଁ ସୂଚନା ଥିଲା, ତାହା ମୁଁ ପୂର୍ବରୁ ଜଣାଇ ଦେଇଥିଲି। କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି, ଯାହାଙ୍କୁ ଆଗରୁ ଚିହ୍ନଟ କରିବା ଦରକାର ଥିଲା।” ସେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି କହିଛନ୍ତି ଯେ, ସରକାର ନେଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଶାନ୍ତି ଫେରାଇ ଆଣିବ।
ତେବେ କଟକରେ ଉପଦ୍ରବ ଓ ହିଂସାକାଣ୍ଡକୁ ରୋକିବା ପାଇଁ ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଏହି କର୍ଫ୍ୟୁ ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶି ମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି।