ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମାଟ୍ରିକ ପରୀକ୍ଷା ଫଳ କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିପାରେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି ମେ’ଶେଷ ସପ୍ତାହ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇପାରେ ।
ମେ’ଶେଷ ସପ୍ତାହ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହରିପାରେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଏଥର ମୂଲ୍ୟାୟନ କାର୍ୟ୍ୟରେ ୧୩ ହଜାର ଶିକ୍ଷକ, କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୧୨ ହଜାର ୪ ଶହ ଶିକ୍ଷକ ଖାତା ଦେଖୁଥିଲେ । ମାଟ୍ରିକ୍ ରେଗୁଲାର, ଏକ୍ସରେଗୁଲାର ସହ ଏସ୍ଓଏସ୍ସି ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି ।
ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରତିକ୍ରିୟାରେ କହିଥିବା ସୂଚନା ମିଳିଛି ।