ଡିଏମ୍‌‌ଡି ରୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର, ଜାଣନ୍ତୁ କ’ଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି ।  ଡିଏମ୍‌‌ଡି ରୋଗୀଙ୍କୁ ଉପହାର ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଡିଏମ୍‌‌ଡି ଆକ୍ରାନ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌‌ ପାଣ୍ଠିରୁ ଏହି ଖର୍ଚ୍ଚ ବହନ କରାଯିବ। ଏହି ଅର୍ଥକୁ ରୋଗୀମାନେ ନିଜ ପାଇଁ ବିଦ୍ୟୁତ ଚାଳିତ ହ୍ୱିଲ୍‌‌ ଚେୟାର କିଣିବା, ଉପଯୁକ୍ତ ଫିଜିଓଥେରାପି, ଜେନେଟିକ୍‌‌ ଟେଷ୍ଟ ଏବଂ ସୁପରସ୍ପେଶାଲିଟି ଅନୁଷ୍ଠାନରେ ଚିକିତ୍ସା ବାବଦରେ ଖର୍ଚ୍ଚ କରିପାରିବେ।

ଏହି ସହାୟତା ଅର୍ଥ ପାଇବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।ଜିଲ୍ଲାପାଳଙ୍କ ଜରିଆରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରୋଗୀଙ୍କ ପରିବାର ଲୋକେ ଏଥିପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ। ଏହି ଆବେଦନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅବା ଜନସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ।

ଯଦି ଆବେଦନପତ୍ର ବୈଧ ଥାଏ ତା ହେଲେ ସହାୟତା ଦେବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ସୁପାରିସ କରିବେ। ଏହା ପରେ ଜିଲ୍ଲାପାଳ ସମ୍ପୃକ୍ତ ହିତାଧିକାରୀ ଅବା ପରିବାର ସମ୍ପର୍କିୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.