5T ସ୍କୁଲ ଶୌଚାଳୟ ନିର୍ମାଣ ନିର୍ମାଣ ପ୍ରକଳ୍ପ ଗୋଟିଏ କିନ୍ତୁ ଲାଗିଛି ୨ ଟି ଫଳକ: ବ୍ୟାପକ ଦୁର୍ନୀତିର ଆସୁଛି ଗନ୍ଧ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରକଳ୍ପ ଗୋଟିଏ ଲାଗିଛି ୨ ଟି ଫଳକ। ଗୋଟିଏ ଯୋଜନାର କାମ ସମ୍ପୁର୍ଣ୍ଣ ହୋଇ ପିଲାଙ୍କ କାମରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ମାସାଧିକ ପରେ ପୁଣି ସେହି ପ୍ରକଳ୍ପ କାନ୍ଥରେ ଅନ୍ଯ ଏକ ଯୋଜନାର ସେହି କାମ ପାଇଁ ଫଳକ ଲେଖା ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଂଗା ପଂଚାୟତର ଶ୍ରୀଧର ଏକାଦଶୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ଗୋଟିଏ କାମ ପାଇଁ ଦୁଇ ଗୋଟି ଫଳକକୁ ଦେଖି ପଂଚାୟତବାସୀଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଛି। ଏଠାରେ ପ୍ରକଳ୍ପ ନାମରେ ୨ ୟ ଫଳକ ନିର୍ମାାଣ କରି ଅର୍ଥ ଲୁଟିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓଙ୍କ ଠାରେ ଦାବୀ କରିଛନ୍ତି  ଗ୍ରାମବାସୀ। ଏହି ବିଦ୍ୟାଳୟଟି 5ଟି ଯୋଜନାରେ ସାମିଲ କରାଯାଇ ବିଦ୍ୟାଳୟକୁ ରୁପାନ୍ତରିତ କରିବାକୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ଚାକଚକ୍ଯ କରାଯିବା ସହ ଏନଆରଜିଏସ ଯୋଜନାରେ ଶୌଚାଳୟ ନିର୍ମାଣ କରାଯାଇଛି।

ଏଠାରେ ସରକାରଙ୍କ ପକ୍ଷରୁ ବାଳକ ଓ ବାଳିକା ମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ନିର୍ମାଣ ହୋଇଛି। ବାଳକ ମାନଙ୍କ ପାଇ ଉଦ୍ଧିଷ୍ଟ  ଶୌଚାଳୟଟି ଅଢେଇ  ଲକ୍ଷ ବ୍ଯୟ ଅଟକଳରେ ନିର୍ମାଣ ପାଇଁ ପାଖରେ ଫଳକ ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେହି ପରି ବାଳିକା ମାନଙ୍କ ପାଇଁ ଦୁଇରୁ ଅଧିକ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଉଦଘାଟନ ସରିଛି। ହେଲେ ଏପରି ସ୍ଥଳେ ବାଳିକାଙ୍କ ପାଇଁ ନିର୍ମାଣ  ହୋଇଥିବା କାନ୍ଥରେ ପୁଣି ସିଏଫସି (୨୦୨୧-୨୨) ଯୋଜନାରେ ୩ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ପୁଣି ଶୌଚାଳୟ ନିର୍ମାଣର ଫଳକ ଲାଗିଛି। ଫଳକ ଲାଗିଲା ଉଦଘାଟନ ହେଲା। ପୁଣି ୨ ୟ ଫଳକ ଲେଖା ଯିବାକୁ ନେଇ ସାଧାରଣ ଲୋକ ମାନଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫଳକ ଅନୁଯାଇ କାର୍ଯ୍ୟ ଶେଷ ହୋଇଛି । ଶୌଚାଳୟ ପିଳାଙ୍କ କାର୍ଯ୍ୟରେ ଲାଗୁଛି। ପୁଣି ଅଉ ଗୋଟେ ଫଳକ କାନ୍ଥରେ  ଲେଖାଯାଇଛି ସେ ବାବଦରେ ମୁକିଛି ଜାଣି ନାହିଁ ବୋଲି କହିଛନ୍ତି ପ୍ରଧା ଶିକ୍ଷକ। ଫଳକ ଅନୁଯାଇ କାର୍ଯ୍ୟ ଶେଷ ହୋଇଛି କଣ ପାଇଁ ୨ ୟ ଥର କାନ୍ଥରେ ଫଳକ ଲେଖାଯାଇଛି ତଦ‘ କରାଯିବ ବୋଲି ବିଡିଓ କହିଛନ୍ତି।  ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି।

Leave A Reply

Your email address will not be published.