ବିଶ୍ଵକର୍ମା ପୂଜାରେ ମୁକ୍ତିଲାଭ କରିବ ଭିନ୍ନ ସ୍ବାଦର ଓଡ଼ିଅଆ ଫିଲ୍ମ ‘ତୁ ମୋର ok’, ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ବିଗ୍ ବି ଅମିତାଭ ବଚ୍ଚନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର, ସିଦ୍ଧାର୍ଥ ଫିଲ୍ମସର ୩୧ ତମ ଚଳଚ୍ଚିତ୍ର ‘ତୁ ମୋର ok’ ଆଗାମୀ ବିଶ୍ଵକର୍ମା ପୂଜା ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ଓଡ଼ିଆ ସିନେ ଶିଳ୍ପୀ ପାଇଁ ଖୁସି ଏବଂ ଉତ୍ସହର ବିଷୟ ଯେ ବିଗ୍ ବି ଅମିତାଭ ବଚ୍ଚନ ଏହି ସିନେମାର ପୋଷ୍ଟରରେ ଟ୍ଵିଟ୍ କରିବା ଓଡ଼ିଆ ସିନେମାକୁ ଗୌରବ ପ୍ରଦାନ କରିଛି । ଏଠାରେ ଉଲ୍ଲେଖ କରାଯାଇପାରେ, ସମ୍ପ୍ରତି ଉଭୟ ଓଡ଼ିଆ ଓ ହିନ୍ଦୀ ସିନେମାକୁ ନେଇ ଏକ ନିରାଶା ଜନକ ସ୍ଥିତି ସୃଷ୍ଟି ହେଇଛି । ଏବଂ ସିନେମାର କପି କରାଯାଇ ଓଡ଼ିଆ ସିନେମା ଋଲିଛି ବୋଲି ଅଭିଯୋଗ ହେଇଛି । ଏପରି ସ୍ଥଳେ ସବୁବେଳେ ସୁସ୍ଥ ମନୋରଂଜନକୁ ଗୁରୁତ୍ଵ ଦେଇ ଆସିଥିବା ସିଦ୍ଧାର୍ଥ ହାଉସ ଏକ ବାସ୍ତବଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଉପହାର ଦେବାକୁ ଯାଉଛି, ଯାହାର ସଂଗୀତ ଇତି ମଧ୍ୟରେ Youtube, social media ଓ ଅନ୍ୟ ମଂଚରେ ଖୁବ୍ ଜନପ୍ରିୟ ହେଇସାରିଛି ।

ଓଡ଼ିଆ ସିନେମାର ସୁଦିନ ପୁଣି ଫେରେଇ ଆଣିବା ପାଇଁ ସିଦ୍ଧାର୍ଥ ଫିଲ୍ମସ୍ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲା ଏବଂ ଶ୍ରୀମତୀ ନମିତା ଅଗ୍ରୱାଲ ଏହା ଏକ ଆନ୍ତରିକ ଉଦ୍ୟମ… ଯାହାକୁ ଦର୍ଶକମାନେ ସମର୍ଥନ ଓ ସହଯୋଗ ଦବାର ଆବଶ୍ୟକତା ରହିଛି । କେବଳ ସିନେମା ନିର୍ମାଣ ନୁହଁ, ଓଡ଼ିଆ ଦର୍ଶକଙ୍କୁ ସବୁବେଳେ ଭରପୁର ମନୋରଂଜନ ଯୋଗାଇ ଦବା ପାଇଁ ମହାମାରୀ ସମୟରେ ମଧ୍ୟ ସିଦ୍ଧାର୍ଥ ଟିଭି ନେଟ୍ଓ୍ୱାର୍କ ଋରିଟି ଓଡ଼ିଆ ରନେଲ୍ ପ୍ରତିଷ୍ଠା କରିଛି ।

‘ସିଦ୍ଧାର୍ଥ tv ’ରେ ସିରିଏଲ୍ ଏବଂ ରିଆଲିଟି ଶୋ’, ‘ସିଦ୍ଧାର୍ଥ ଭକ୍ତି’ରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ‘ ସିଦ୍ଧାର୍ଥ Gold’ରେ ସିନେମା ଓ ଯାତ୍ରା ପ୍ରସାରିତ ହେଉଛି । ସବୁଠୁ ଉଲ୍ଲେଖ୍ୟନୀୟ ହେଉଛି ଏହି ନେଟ୍ୱାର୍କର ଚତୁର୍ଥ ଋନେଲ୍ ‘ଜୟ ଜଗନ୍ନାଥ tv’ | ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଏହା ପ୍ରଥମ ଓ ଏକମାତ୍ର ଟିଭି ଋନେଲ୍, ଯେଉଁଥରେ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ବିଜ୍ଞାପନ ପ୍ରସାରଣ କରାଯାଇନାହିଁ । ପ୍ରତ୍ୟେହ ଭୋର୍ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରର ଦୁରାଫିଟା ନୀତି, ମଙ୍ଗଳ ଆଳତୀ, ପତିତପାବନ ଦର୍ଶନ ସହ ଭକ୍ତଙ୍କ ପ୍ରତ୍ୟକ୍ଷ ଅନୁଭୂତି ପୁରୀ ସିଂହଦ୍ଵାରରୁ ସିଧାପ୍ରସାରଣ କରାଯାଉଛି ।

Leave A Reply

Your email address will not be published.