ଆମାଜନକୁ ବଡ଼ ଝଟକା: ଗଣିବ ମୋଟା ଅଙ୍କର ଜରିମାନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିବାଦରେ ଆମାଜନ୍ । ପୁଣି ଗଣିବ ମୋଟା ଅଙ୍କର ଜରିମାନା । ନଲାଇନ୍-ବିଜନେସ୍ କମ୍ପାନି ଆମାଜନ୍ ଫ୍ୟୁଚର ଗ୍ରୁପ୍ ମାମଲାରେ ଲାଗିଛି ବଡ଼ ଝଟକା । ଏନସିଏଲଏଟି ଆମାଜନ ଏବଂ ଫ୍ୟୁଚର କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ଥଗିତ ରାଖିବାକୁ ଏନସିଏଲଏଟି ଭାରତର ପ୍ରତିଯୋଗିତା ଆୟୋଗକୁ ସମର୍ଥନ କରିଛନ୍ତି । ଏଥି ପାଇଁ ଆମାଜନକୁ ୪୫ ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଷ୍ଟିସ ଏମ ଭେନୁଗୋପାଳ ଏବଂ ଅଶୋକ କୁମାର ମିଶ୍ରଙ୍କ ଦୁଇ ଜଣିଆ ବେଞ୍ଚ ସିସିଆଇର ନିଷ୍ପତ୍ତିକୁ ସମର୍ଥନ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ, ଫ୍ୟୁଚର କୁପନ୍ସ ପିଭି ଲିମିଟେଡ୍ (ଏଫସିପିଏଲ) ସହିତ ହୋଇଥିବା ଚୁକ୍ତି ପାଇଁ ସିସିଆଇ ଦୁଇ ବର୍ଷରୁ ଅଧିକ ପୁରୁଣା ଅନୁମୋଦନକୁ ସ୍ଥଗିତ ରଖିଥିଲେ ।

ଗତବର୍ଷ ଡିସେମ୍ବର ମାସରେ ଫ୍ୟୁଚର ଗ୍ରୁପ୍ର ୪୯ ପ୍ରତିଶତ ଅଂଶଧନ ପାଇବା ପାଇଁ ୨୦୧୯ରେ ଆମାଜନ ଦ୍ୱାରା ହୋଇଥିବା ଚୁକ୍ତିରେ ଦିଆଯାଇଥିବା ଅନୁମୋଦନକୁ ସିସିଆଇ ସ୍ଥଗିତ ରଖିଥିଲେ । ଆମାଜନ ଏହା ବିରୋଧରେ ଏନସିଏଲଏଟି ନିକଟରେ ଅପିଲ୍ କରିଥିଲା ।

 

Leave A Reply

Your email address will not be published.