ବିହାର ବିଧାୟକଙ୍କ ଉପରେ କଟକଣା: ରାଜ୍ୟ ବାହାରକୁ ଯିବା ମନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିହାର ରାଜନୀତିରେ ହଇଚଇ। ନୀତୀଶ ସରକାରରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କ’ଣ ହେବ କହି ହେବନାହିଁ। ତେଣୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ଜେଡିୟୁ ସରକାର। ଜାରି ହୋଇଛି ୭୨ ଘଣ୍ଟିଆ ଡେଡ୍ଲାଇନ୍। ତିନି ଦିନ ଯାଏଁ ପାଟନା ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୀତୀଶ କୁମାର।

ବିହାରରେ ଗୋଟିଏ ପଟେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଜେପି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ପୋଷ୍ଟର ୱାର ଆରମ୍ଭ କରିଛି। ଅନ୍ୟପଟେ ବର୍ତ୍ତମାନ ବିଜେପି ସହ ମେଣ୍ଟ କରି ରାଜ୍ୟରେ ସରକାର ଚଳାଉଥିବା ନୀତୀଶ କୁମାର ତାଙ୍କ ଦଳ ଜେଡିୟୁ ବିଧାୟକଙ୍କ ପାଇଁ ଆସନ୍ତା ୭୨ଘଣ୍ଟା ପାଇଁ ପାଟନା ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏହି ନିର୍ଦ୍ଦେଶ ପରେ ରାଜନୈତିକ ହଲଚଲ୍ ଆରମ୍ଭ ହୋଇଯାଇଛି। ଆଗାମୀ ୭୨ ଘଣ୍ଟା ବିହାର ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଲା କିଛି ଦିନ ହେବ ତାଙ୍କ ଦଳର ନେତା ତଥା ବିଧାୟକଙ୍କ ସହ ଘନଘନ ବୈଠକ କରୁଛନ୍ତି। ସିଏମ୍ ନୀତୀଶଙ୍କ ସକ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାନୈତିକ ଅଦଲ ବଦଳ ହୋଇପରେ ବୋଲି ଜୋରଦାର ଆଲୋଚନା ହେଉଛି। ନୀତୀଶ କୁମାର ପୁଣି ଥରେ ବିଜେପି ସହ ମେଣ୍ଟ ଭାଙ୍ଗି ଆର୍ଜେଡି ସହିତ ସରକାର ଗଠନ କରିବାକୁ ଯୋଜନା କରୁଛନ୍ତି କି? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି। ତେବେ ପରବର୍ତ୍ତୀ ୭୨ଘଣ୍ଟା ମଧ୍ୟରେ ଏହି ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ବିଶ୍ୱାସ କରାଯାଉଛି। ରାଜ୍ୟ ରାଜନୀତି କେଉଁ ଆଡକୁ କଡ ଲେଉଟାଇବା ତାହା ଆଗାମୀ ୭୨ ଘଣ୍ଟା ପରେ ସ୍ଥିର ହେବ।

ଦିନକ ପୂର୍ବରୁ ମଧ୍ୟ ନୀତୀଶ କୁମାର ଦଳ କାର୍ୟ୍ୟାଳୟରେ ନିଜ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ଭେଟିଥିଲେ। ଏହି ବୈଠକ ପରେ ନୀତୀଶ କୁମାର ଲାଲୁଙ୍କ ପରିବାର ଉପରେ ହୋଇଥିବା ରେଡ୍କୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜେପିକୁ ଟାର୍ଗେଟ୍ କରିଥିଲେ। ତାଙ୍କ ଉତ୍ତରରୁ ସ୍ପଷ୍ଟ ବାରି ହେଉଥିଲା ଯେ ସେ ବିଜେପିକୁ ଏଥିପାଇଁ ଦାୟୀ କରିଛନ୍ତି।

 

Leave A Reply

Your email address will not be published.