ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

0

ଓଡ଼ିଆ ନ୍ୟୁଜ୍: ପ୍ରଦାନ କରାଗଲା ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କଲେ ରାଜ୍ୟପାଳ।ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁର ଶ୍ରେଷ୍ଠ କ୍ରୀଡ଼ାବିତ୍‌।ରାଖାଲ କୁମାର ସେଠୀ ଶ୍ରେଷ୍ଠ ପାରା ଆଥଲେଟ ଭାବେ ପୁରସ୍କୃତ। ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀ। ଚେସ୍‌ ଖେଳାଳି ସାତ୍ତ୍ବିକ ସ୍ବାଇଁ ଶ୍ରେଷ୍ଠ ଉଦୀୟମାନ ଖେଳାଳି।

୯ ବର୍ଷରୁ କମ ବୟସ ବର୍ଗରେ ୨ ଥର ବିଶ୍ୱ ପଦକ ବିଜେତା ସାତ୍ତ୍ବିକ ସ୍ବାଇଁ।ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦ ଶ୍ରେଷ୍ଠ କୋଚ୍‌ ଭାବେ ପୁରସ୍କୃତ।ପୂର୍ବତନ ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର।ବିମଳ କୁମାର ରାଉଳ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ସମ୍ମାନିତ।ଚିତ୍ତରଞ୍ଜନ ପ୍ରଧାନ, ଜୀବନ ବେହେରାଙ୍କୁ ସାହାସିକତା ପୁରସ୍କାର।

Leave A Reply

Your email address will not be published.