ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଇଂଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଘାଘରବେଡା ଥାନା ମଧ୍ୟରୁ ବାଇକ ଚୋର ଫେରାର ହେବା ଘଟଣାରେ ତୁମୁଳ କାଣ୍ଡ ଘଟିଛି । ଗୁରୁବାର ସନ୍ଧ୍ୟାରେ ନରଷଣ୍ଢ ଗ୍ରାମରୁ ଜୈନେକ ବ୍ୟକ୍ତିଙ୍କ ବାଇକ ଚୋରି କରି ନେଉଥିବା ବେଳେ ଗୋଡ଼ାଇ ଧରିବା ସହିତ ଥାନାରେ ଜିମା ଦେଇଥିଲେ ସ୍ଥାନୀୟ ଜନସାଧାରଣ । ତେବେ ଆଜି ବାଇକ ଚୋର ଥାନାରୁ ଚମ୍ପଟ ମାରିଥିଲା ଫଳରେ ଗ୍ରାମର ଶତାଧିକ ଲୋକ ଥାନାରେ ଆସି ଘେରାଉ କରିଥିଲେ ।
ଉତ୍ତେଜନା ଏତେ ବଢିଥୁଲା ଯେ ସ୍ଥାନୀୟ ଲୋକମାନେ ଆଇନ କୁ ମଧ୍ୟ ହାତକୁ ନେବାକୁ ପଛାଇ ନଥିଲେ । ଏପରି ପରିସ୍ଥିତି ହେଇଥିଲାଯେ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଘାଗର ବେଡା ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ଏବଂ ଏ ଏସ ଆଇ କୁ ଆକ୍ରମଣ କରିବା ସହିତ ପୋଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି ଲୋକମାନେ ଘଟଣା ସ୍ଥାନରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କରଞ୍ଜିଆ ପୋଲିସ, ରରୁଆଁ ପୋଲିସ ପହଁଚି ଲୋକମାନକୁ ବୁଝାମଣା କରିଥିଲେ । ବାଇକ ଚୋର କୁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏକ ଟିମ ଝାଡ଼ଖଣ୍ଡ ରାଜ୍ୟକୁ ପଠେଇ ଥିଲେ । ଝାଡ଼ଖଣ୍ଡ ରାଜ୍ୟର ଖଇରୀପାଳ ରୁ ବାଇକ ଚୋର କୁ ଗିରଫ କରାଯାଇଥିଲା । ଉତ୍ତେଜନା ସମୟରେ ରରୁଆ ବ୍ଲକ ଅଧ୍ୟକ୍ଷ ଅଜିତ ତିରିଆ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଥିଲେ ।
ତାପରେ ଯଶିପୁର ବିଜେଡି ର ପୂର୍ବତନ ବିଧାୟକ ମଙ୍ଗଳ ସିଂ ମୋଦି, କମଳା ତିରିୟା ବୀଣାପାଣି ଘଣା,ହର୍ଷ ମଣି ମହାନ୍ତ ପ୍ରଭୂତି ଘାଘର ବେଡ଼ା ଥାନାରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିବା ଦେଖୁବାକୁ ମିଳିଛି । ଚୋରକୁ ଝାଡ଼ଖଣ୍ଡରୁ ଗିରଫ ପରେ ପରିସ୍ଥିତି ସ୍ଵାଭାବିକ ହେଇଥିବା ଦେଖାଯାଇଛି । ତେବେ ଥାନା ମଧ୍ୟରୁ ଚୋରି ଆସାମୀ ଜଣଙ୍କ କିପରି ଖସିଲା ତାକୁ ନେଇ ଉଠିଛି ପ୍ରଶ୍ନ ? ଲୋକେ ଚୋରକୁ ଆଣି ଥାନାରେ ଜିମା ଦେଇଥିବା ବେଳେ ଥାନା ମଧ୍ୟରୁ କିପରି ଖସିଲା ନା ଜାଣିଶୁଣି ଥାନା ଅଧିକାରୀ ଛାଡିଦେଲେ ତାହା ତଦନ୍ତ ହେବା ଜରୁରୀ ।ସେହିପରି ଗତ କିଛି ଦିନ ହବ ଘାଗରବେଡା ଥାନା ଅଞ୍ଚଳରେ ବ୍ୟାପକ ଚୋରି ଡକାୟତି ହେଉଥିଲେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ଯାହା ଫଳରେ ଲୋକଙ୍କ ଆକ୍ରସର ଶିକାର ହୋଇଛନ୍ତି ଘାଗରବେଡା ଥାନା ଅଧିକାରୀ ।