ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ | ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀର ବହଳଦା ବ୍ଲକରେ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ଫଳସ୍ବରୂପ ବିରାଟ ଶୋଭାଯାତ୍ରା ଭାରତୀୟ ଜନତା ପାର୍ଟି ଅଫିସରୁ ବାହାରି ବହଳଦା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଘେରାଉ କରି ସଭାକାର୍ଯ୍ୟ କରିଥିଲେ | ଏଥିରେ ଦଳୀୟ କର୍ମକର୍ତ୍ତାମାନେ ବିଜେଡି ସରକାର ବିରୁଦ୍ଧରେ ନାନା କଥା ଟିପଣୀ ଦେଇଥିଲେ |
ବିନା ପଲ୍ଲୀସଭାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଆଇ ସି ଡି ଏସ୍ , ବି ଡି ଓ ଓ ସି ଡି ପି ଓ କାର୍ଯ୍ୟାଳୟ ରେ ଦୁର୍ନୀତି, ଆଶା, ଅଙ୍ଗନୱାଡି ଓ ପାଚିକା ତଥା କଲେଜ ଓ ସ୍କୁଲ ଶିକ୍ଷକ ବିଜେଡି ସରକାରରେ ଅସନ୍ତୁଷ୍ଟ ତଥା ଆମ ଓଡିଶା ନବୀନ ଓଡିଶା ନାଁରେ ନବୀନ ବାବୁ ନୂଆ ଯୋଜନା କଲେ କିନ୍ତୁ ନବୀନ ସରକାର ୨୩ ବର୍ଷ ଶାସନ କଲେ ହେଁ , ଗାଁ ପଞ୍ଚାୟତ ର ଉନ୍ନତି କଅଣ ହୋଇପାରିନାହିଁ | ଏଣୁ ଭାରତୀୟ ଜନତା ପାର୍ଟି ଏହି ଦୁର୍ନୀତି କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରି ସାରା ଓଡିଶାରେ ଲୋକମାନଙ୍କୁ ସଚେତନ କରି ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଜାରି ରଖିଛନ୍ତି |
ଏଥିରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଜିଲ୍ଲା କୋରକମିଟୀ ସଦସ୍ୟ ଇସାନ ମିଶ୍ର, ଜିଲ୍ଲା ଉପସଭାପତି ହରମନ ବେହେରା, ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାମଚନ୍ଦ୍ର ହାଁସଦାଃ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କମଳାକାନ୍ତ ନାୟକ, ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ମାଧବ ମହାପାତ୍ର, ୨୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀକାନ୍ତ ମହାନ୍ତ, ବ୍ଲକ କୋଡିନେଟର ରାଜେଶ ପଲ, ତିରିଂ ବ୍ଲକ ସଭାପତି ପରମେଶ୍ବର ସାମଦ, ଭାରତୀୟ ଜନତା ଯୁବା ମୋର୍ଚ୍ଚା ସଭାପତି ଶୁଭ୍ରଜିତ ପଲ, ମନୋଜ କୁମାର ବାରିକ, ଜୟନ୍ତ ମହାପାତ୍ର, ଗୋଲରାମ ହେମ୍ବ୍ରମ, ପରେଶ ସାମଲ, ସମ୍ପଦ ମହାନ୍ତି ଓ ଜଲେନ ବାର୍ଦ୍ଦା ପ୍ରମୁଖ ଉପସ୍ଥିତ | ଉକ୍ତ ସଭାରେ ଦଳୀୟ କର୍ମକର୍ତ୍ତାଗଣ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି ଭବ୍ୟ ସଭାକୁ ଜିଲ୍ଲା ଉପସଭାପତି ହରମନ ବେହେରା ପରିଚାଳନା କରିଥିବା ବେଳେ ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ମାଧବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |