ଉପଖଣ୍ଡ ସ୍ତରୀୟ ୭୦ତମ ନିଖିଳ ସର୍ବଭାରତୀୟ ୨୦୨୩ ସମବାୟ ସପ୍ତାହ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଠାରେ ଉପଖଣ୍ଡ ସ୍ତରୀୟ ୭୦ତମ ନିଖିଳ ସର୍ବଭାରତୀୟ ୨୦୨୩ ସମବାୟ ସପ୍ତାହ ପାଳନ | ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ସମବାୟ ସପ୍ତାହ ରୂପେ ପାଳନ କରାଯାଉଥିଲା| ଚଳିତ ବର୍ଷ ଉକ୍ତ ସପ୍ତାହକୁ ରାଜ୍ୟସ୍ତରୀୟ ସମବାୟ ମହୋତ୍ସବ ଭାବେ ପାଳନ କରାଯାଇଛି | ଗତ ବୁଧବାର ଦିନ ସମସ୍ତ ଲ୍ୟାମ୍ପସ୍ ପକ୍ଷରୁ ଉକ୍ତ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ଲ୍ୟାମ୍ପସ୍ କାର୍ଯ୍ୟାଳୟ ପରିସର ଠାରେ ପାଳିତ ହୋଇଥିବା ବେଳେ ଆଜି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ତ ନିୟନ୍ତ୍ରିତ ବଜାର କମିଟି କାର୍ଯାଳୟ ଠାରେ ଉପଖଣ୍ଡସ୍ତରୀୟ ୭୦ତମ ନିଖିଳ ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ସମାରୋହ ସଭାପତି ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ବାରିପଦା ପ୍ରଦୀପ କୁମାର ଉପାଧ୍ୟାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ, କରଞ୍ଜିଆ ତହସିଲଦାର ଶ୍ରୀଯୁକ୍ତ ଦିବାକର ମାଝୀ, ଗଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ଅଣ୍ଡିଆ,ଓଡିଶା ସମବାୟ ସଙ୍ଘ ସଦସ୍ୟ ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି, ସମବାୟ ସମିତି ସମୂହ ଶ୍ରୀମତୀ ସୀମା ମୁର୍ମୁ, , ପ୍ରମୁଖ ଯୋଗ ଦେଇଥିଲେ |

ସର୍ବପ୍ରଥମେ ସଭାପତି ସଭାପତିତ୍ବ ବକ୍ତବ୍ୟ ଦେବା ପରେ ମଞ୍ଚାସୀନ ଅତିଥିଗଣ ସମବାୟ ସପ୍ତାହ ଉପରେ ନିଜ ନିଜର ଗୁରୁତ୍ବପୂର୍ଣ୍ଣ ଆଲୋଚନା ରଖିଥିଲେ | ମୁଖ୍ୟ ଅତିଥି ଏହି ସମବାୟ ସପ୍ତାହର ଉଦ୍ଦେଶ୍ୟ କହିବାକୁ ଯାଇ ଏହା ଦ୍ବାରା ଚାଷୀମାନେ ସଚେତନ ହେବା ସହିତ ସେମାନଙ୍କର ଆର୍ଥିକ ମାନଦଣ୍ଡ ଅଭିବୃଦ୍ଧି ଉପରେ ଜୋର ଦେଇଥିଲେ | ପୁଣି ମାଣ୍ଡିଆ ଶସ୍ୟ ର ଉପାଦେୟତା ସଂପର୍କରେ ବଖାଣିଥିଲେ | ଏହି ଅବସରରେ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିବା ସହ ଶ୍ରେଷ୍ଠ ଚାଷୀ ଓ ଶ୍ରେଷ୍ଠ ସମବାୟବିତ୍ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା | ଏହି ବୈଠକରେ ଲ୍ୟାମ୍ଫ କର୍ମଚାରୀ, ସମବାୟ ସମିତି କର୍ମଚାରୀ , ଚାଷୀ ତଥା କରଞ୍ଜିଆ ସହରର ମାନ୍ୟଗଣ୍ୟ ଲୋକ ଯୋଗ ଦେଇଥିଲେ |

Leave A Reply

Your email address will not be published.