ଆଜି ଜୈବ ବିବିଧତା ଦିବସ, ଓଡିଶାର ବିଭିନ୍ନ ନଦୀର ଧାରାକୁ ଅବରୋଧ କରାଯାଉଥିବାରୁ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଇମେଜ୍ ପରିସରରେ ଆୟୋଜିତ ହୋଇଯାଇଛି ଜୈବ ବିବିଧତା ଦିବସ। ଏଥିରେ ଯୋଗ ଦେଇଥିବା ଅନେକ ଜୈବ ବିବିଧତା ବିଶେଷଜ୍ଞା ନଦୀର ପ୍ରାକ୍ରୁତିକ ଧାରା ଅବରୋଧ କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ନଦୀର ପ୍ରାକ୍ରୁତିକ ଧାରା ଅବରୋଧ ଜୈବ ବିବିଧତା ଉପରେ ଗଭୀର କୁ ପ୍ରଭାବ ପକେଇ ଥାଏ। ତେଣୁ ନଦୀର ସ୍ବାଭାବିକ ଧାରାକୁ ବଜାୟ ରଖିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି କହିଥିଲେ ପୁର୍ବତନ ପିସିସିଏଫ ଡ. ସୁଦର୍ଶନ ପଣ୍ଡା।

ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାଜ୍ଯ ଜୈବ ବିବିଧତା ବୋର୍ଡ ଅଧ୍ଯକ୍ଷ ରାଜୀବ କୁମାର କହିଥିଲେ ବିଭିନ୍ନ ସ୍ଥାନରେ କେଉଁ ଉଦ୍ଭିଦ କୀଟପତଙ୍ଗ ଓ ଜୀବଜନ୍ତୁ ରହୁଛନ୍ତି ତାହା ଜାଣିବା ପାଇଁ ବୋର୍ଡ ପକ୍ଷରୁ ଜୈବ ବିବିଧତାର ରେକର୍ଡ ହେଉଛି। ଏବେ ସୁଦ୍ଧା ୭ ରୁ ୮ ଟି ଜିଲ୍ଲା ରେ ଏହି ରେକର୍ଡ ହୋଇଛି। ଏହି ଦିବସରେ ନଦୀର ପ୍ରାକ୍ରୁତିକ ପ୍ରବାହ ଅବରୋଧ କୁ ନେଇ ସମସ୍ତ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଥିଲେ। ଏହି ଅବସରରେ ଓଡିଶାର ଜୈବ ବିବିଧତା କୁ ନେଇ ଏକ ଡକୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା। ଏହା ସହ ସମୁଦ୍ର କଙ୍କଡା କୁ ନେଇ ପୁସ୍ତିକା ଓ ବନ୍ୟଜନ୍ତୁ ପରିଚାଳନା ନେଇ ମାର୍ଗଦର୍ଶିକା ମଧ୍ଯ ଉନ୍ମୋଚିତ ହୋଇଥିଲା।

Leave A Reply

Your email address will not be published.