ନେପାଳ ସୀମାନ୍ତରେ ଏନକାଉଣ୍ଟର କରିଲା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତର ପ୍ରଦେଶ ବାହରାଇଚରେ ଦୁର୍ଗା ପୂଜା ବିସର୍ଜନ ବେଳେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏକାଉଣ୍ଟର କରିଛି ପୁଲିସ୍‌। ବାହରାଇଚରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କ ସର୍ଫରାଜ ଓ ଫହିମଙ୍କୁ ଆଜି ପୁଲିସ୍‌ ଗୁଳି କରିଛି।  ସେ ନେପାଳ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାକୁ ପୁଲିସ ଏନକାଉଣ୍ଟର କରିଥିଲା ଓ ସେଥିରେ ସେ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏହି ଘଟଣାରେ ଅନ୍ୟ ଜଣେ ସନ୍ଦିଗ୍ଧ ତାଲିବର ଗୋଡ଼ରେ ଗୁଳି ବାଜିଛି।

ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ। ହେଲେ ସେମାନେ ନିଜ ଯୋଜନାରେ ସଫଳ ହେବା ଆଗରୁ ପୁଲିସ୍‌ ଗୁଳି ଖାଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ଅନୁସାରେ, ସର୍ଫରାଜ ଓ ଫହିମର ଗୋଡ଼ରେ ଗୁଳି ବାଜିଛି। ଉଭୟ ହେଉଛନ୍ତି ବାହରାଇଚ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦଙ୍କ ପୁଅ। ସର୍ଫରାଜ ଓ ଫହିମ ବ୍ୟତୀତ ଏନକାଉଣ୍ଟର ହୋଇଥିବା ନେପାଳ ସୀମାରୁ ଆଉ ୩ ଜଣଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ଅର୍ଥାତ ଗୋପାଲ ମିଶ୍ରା ହତ୍ୟାକାଣ୍ଡରେ ୫ ଜଣ ଗିରଫ ହୋଇଛନ୍ତି। ଏବେ ବହରାଇଚରେ ଇଣ୍ଟରନେଟ୍ ସେବା ଚାଲୁ କରାଯାଇଛି। ହିଂସାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଭିଡିଓରେ ଗୋପାଳ ମିଶ୍ରକୁ ଗୁଳି ମରାଯାଉଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁଇଟି ଗୁଳି ବାଜିନଥିବାବେଳେ ତୃତୀୟ ଶଟ୍ ରାମଗୋପାଳଙ୍କୁ ସିଧାସଳଖ ଲାଗିଥିଲା। ସୂଚନାଯୋଗ୍ୟ ଯେ ଦୁର୍ଗାମେଢ ଭସାଣୀ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ପରେ ପଥରମାଡ଼ ଓ ହିଂସାକାଣ୍ଡ ହୋଇଥିଲା । ଏହି ହିଂସାବେଳେ ରାମଗୋପାଳକୁ ଗୁଳିକରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.