ରାଇରଙ୍ଗପୁରରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତଜନନୀ ମା ଲକ୍ଷ୍ମୀ କରୁଣାମୟୀ, ଭକ୍ତିମୟୀ ଓ ଶ୍ରଦ୍ଧାମୟୀ ଦେବୀ ଅଟନ୍ତି | ତାଙ୍କ ଆଶିଷରେ ଏ ସାରା ଜଗତ ଧନଧାନ୍ଯ | ମାଙ୍କ ଠାରେ ଭକ୍ତଗଣ ଶ୍ରଦ୍ଧାର ନୈବେଦ୍ଯ ସମର୍ପଣ କରିଥାନ୍ତି | ରାଇରଙ୍ଗପୁର ର ତିନୋଟି ପ୍ରମୁଖ ସ୍ଥାନ କୁଚେଇବୁଢୀ, ମହୁଲଡିହାଁ ଓ କ୍ରାନ୍ତିନଗର ଠାରେ ମହାଆଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ଗତକାଲି ୧୬ ତାରିଖ କମିଟୀର ସଦସ୍ଯମାନଙ୍କ ସହଯୋଗରେ ଭାବଭକ୍ତିରେ କଳସଯାତ୍ରା ସ୍ଥାନୀୟ ବଡବନ୍ଧ ଠାରୁ ଅଣାଯାଇ ପୂଜାରମ୍ଭ ହୋଇଥିଲା | ତାପରେ ଆଜି ୧୭ ତାରିଖ ମାଙ୍କ ଠାରେ ଶ୍ରଦ୍ଧାଳୁଗଣ ଭକ୍ତିନୈବେଦ୍ଯ ସହ ନିଜର ମନୋବାଞ୍ଛା ପ୍ରଭୁଙ୍କୁ ଜଣାଇଥିଲେ |

ଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ ଭକ୍ତଗଣ ନିମନ୍ତେ ଅନ୍ନ ପ୍ରସାଦର ବ୍ଯବସ୍ଥା କରାଯାଇଥିଲା | ରାଇରଙ୍ଗପୁର ସହରସ୍ତ କ୍ରାନ୍ତିନଗର ଠାରେ ଅନନ୍ଯ ଗଜଲକ୍ଷ୍ମୀ ପୂଜା ୭ ବର୍ଷରେ ମହାଜାକଜକମରେ ଆୟୋଜିତ ହୋଇଥିଲା | ଏଥିରେ ପୂଜକ ଦେବବ୍ରତ ରଥ ମହାପାତ୍ର ଓ କର୍ତ୍ତା ସତ୍ଯରଂଜନ ମହାପାତ୍ର ତଥା କ୍ରାନ୍ତିନଗର ଅଧିବାସୀମାନଙ୍କ ସହଯୋଗରେ ପରିଚାଳିତ ହୋଇଥିଲା | ସହରସ୍ତ ଅତିପୁରାତନ ସାର୍ବଜନୀନ ଲକ୍ଷ୍ମୀପୂଜା କମିଟୀ ମହୁଲଡିହାଁ ର ୪୭ ତମ ବର୍ଷୀୟୀ ପଦାର୍ପଣ କରିବା ସହ କମିଟୀ ର କର୍ମକର୍ତାଙ୍କ ସାହାଯ୍ଯ ଓ ସହଯୋଗରେ ବେଶ ଉତ୍ସାହସହ ଆଗେଇପାରିଛି |ତିନିଦିନ ବ୍ଯାପି ଏଠାରେ ଡ୍ଯାନସ୍ , ମେଲୋଡି ଓ ଝୁମର କାର୍ଯ୍ଯକ୍ରମ ହେବାର ସ୍ଥିର ହୋଇଛି | ଆସନ୍ତା ରବିବାର ୨୦ ତାରିଖ ମାଙ୍କର ଭସାଣୀ ପର୍ବ ରହିଛି |

ଏଥିରେ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀ, ଓମ ପ୍ରକାଶ ଷଡଙ୍ଗୀ ପୂଜାଆରଧନା କରିଥିବା ବେଳେ ସଭାପତି ରହିତ କୁମାର ଗିରି, ସଂପାଦକ ପ୍ରଦୀପ କୁମାର ରାଉତ, କୋଷାଧକ୍ଷ ପଙ୍କଜ କୁମାର ବେହେରା ତଥା କର୍ମକର୍ତ୍ତାଗଣ ବିଶ୍ବରଂଜନ ପାଲ, ଅଭିଜିତ ମଣ୍ଡଳ, ବିଶ୍ବଜିତ ମଣ୍ଡଳ, ଅଭିନାଶ ଗିରି, ଅଳକନ ଗିରି, ଅଜିତ ଗିରି, ନୀଳକଣ୍ଠ ମଲ୍ଲୀକ, ଦଶରଥ ପାତ୍ର, ନିରଂଜନ ମୋଦକ, ପଞ୍ଚୁ ଲୋହାର ତଥା ଅନ୍ଯ ସଦସ୍ଯଗଣ ସହଯୋଗକରିଥିଲେ | ସେହିପରି କୁଚେଇବୁଢୀ ମାଲକ୍ଷ୍ମୀ ମନ୍ଦିରରେ ୪୫ତମ ମା ଲକ୍ଷ୍ମୀପୂଜା ଯଥାବିଧିରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ପୂଜାକର୍ମକାଣ୍ଡରେ ପୂଜକ ଶ୍ରୀନିବାସ ପତି (ଟିକଲ), ସୁବ୍ରତ ପତି, ସୁଧାକର ପତି ପ୍ରମୁଖ ଯଥାବିଧିରେ ସମାପନ କରିଥିବା ବେଳେ ଅଧକ୍ଷ ରବି ମହାନ୍ତି , ସଭାପତି ବାବୁଲୁ ମହାନ୍ତ, ଉପସଭାପତି ନିତେଶ ମଲ୍ଲିକ, ସଚିବ ସଞ୍ଜୟ ସାହୁ, କ୍ଯାସିୟର ଦିପୁ ଦତ୍ତ ତଥା କାର୍ଯ୍ଯକର୍ତ୍ତାଗଣ ଜୟରାମ ଦାସ, ଆଲୋକ ସାହୁ, ସତୀଶ ଚନ୍ଦ୍ର ବାରିକ, ଅରବିନ୍ଦ ନାଏକ,ଟୁଟୁ ସାହୁ, କଂଗ୍ରେସ ଚନ୍ଦ୍ର ମହାନ୍ତ , ସନୁ ବେହେରା, ସୌଭାଗ୍ଯ ମହାନ୍ତ, ବସନ୍ତ ଦାସ, ବିଶ୍ବଜିତ ମଲ୍ଲିକ,ଗୌରଶଙ୍କର ମଲ୍ଲିକ, ଶିବା ମହାନ୍ତ, ଶୁଭେନ୍ଦୁ ବାରିକ, ସ୍ବଦେଶ ଚନ୍ଦ୍ର ଦାସ ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ |

Comments are closed.