ନାଗରିକ ମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ପୌର ପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ସଂସ୍କୃତି ଭବନଠାରେ ସୋର ନାଗରିକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୧୬ ନମ୍ବର ଜାତୀୟ ରାଜପଥ ୪ଟିକିଆ ରାସ୍ତା ସଂପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ସୋର ୟୁଏନ୍ କଲେଜ ବ୍ୟସ୍ତବହୁଳ ଛକରେ ସଂକୀର୍ଣ୍ଣ ଗଳାପୋଳ ନିର୍ମାଣ କରିଯାଇଥିବା ଯୋଗୁଁ ଦୀର୍ଘ ବର୍ଷ ଧରି ଜନସାଧାରଣ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ଏହାକୁ ଆଖି ଆଗରେ ରଖି ଆସନ୍ତା ୧୭ ତାରିଖରେ ରାସ୍ତାରୋକ କରାଯିବ ବୋଲି ସଭାପତି ନେତ୍ରାନନ୍ଦ ରାଉତ ସୂଚନା ଦେଇଛନ୍ତି।ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଲା ପରେ ମଧ୍ୟ କୈ।ଣସି ସୁଫଳ ନମିଳିବାରୁ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛି ନାଗରିକ ମଞ୍ଚ।

Comments are closed.