ଚିଲିକାରେ ଆଜିଠୁ ଆରମ୍ଭ ହେଲା ପକ୍ଷୀ

0

ଓଡ଼ିଆ ନ୍ୟୁଜ୍: ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକା ରେ ୨୨ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭାରତୀୟ ବନ ସେବା ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ସାମିଲ ଅଛନ୍ତି । ଏହାସହ ପ୍ରାଣୀ ଚିକିତ୍ସକ ୱାଇଲ୍ଡ ଲାଇଫ ଓଡ଼ିଶା, ଓୟୁଟି ଭୁବନେଶ୍ୱର, ବମ୍ବେ ନେଚର୍ ସୋସାଇଟ୍‌ର ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀ, ସିଡିଏ କର୍ମଚାରୀ, ପକ୍ଷୀ ବିଶାରଦ ମାନେ ସାମିଲ ହୋଇଛନ୍ତି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼ ୧, ନୂଆପଡା ୧,ସାତପଡ଼ା ୩, ଟାଙ୍ଗୀ ୫ ଓ ଅନ୍ୟାନ୍ୟ ରେଞ୍ଜରେ ଗଣନାକାରୀ ଟିମଙ୍କ ସହ ବନବିଭାଗ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସହ ପକ୍ଷୀ ବିଷାରଦ ,ବନ ସୁରକ୍ଷା ସମିତି ପ୍ରମୁଖଙ୍କୁ ପକ୍ଷୀ ଗଣନାରେ ନିୟୋଜିତ କରାଯାଇଥିବା ବେଳେ ବାଇନାକୁଲାର ମାଧ୍ୟମରେ ପକ୍ଷୀ ଗଣନା ହୋଇଥିଲା। ନୀଳ ଜଳରାଶି ଚିଲିକାର ଶୋଭାବର୍ଦ୍ଦନ କରୁଥିବା ପ୍ରବାସୀ ଅତିଥି ପକ୍ଷୀଙ୍କୁ ନେଇ ଉତ୍ସାହ ଦେଖାଦେଇଛି। ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି ।

Leave A Reply

Your email address will not be published.