ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଗୋଟିଏ ପଟେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ବୁଧବାର ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏପରିକି ଲୋୟର ପିଏମ୍ଜିରେ ପ୍ରଥମ ବାରିକେଡ ଭାଙ୍ଗି ଦେଇଛନ୍ତି ବିଜେଡି କର୍ମୀ।
ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି । ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ କରିଛି ପୋଲିସ। ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ।