ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଡେଙ୍ଗୁ’ ପ୍ରତିବାଦରେ ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲା ବିଜେପି। ଡେଙ୍ଗୁ ଜ୍ବରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ସଂକ୍ରମଣ ହାର କମ୍ ।
ଗତବର୍ଷ ଏହି ସମୟରେ ୧୦ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୭୦୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଚଳିତବର୍ଷ ଏବେ ସୁଦ୍ଧା ୧୮ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ୫୫୦ ଜଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଥିଲେ, ୧୦ ଜିଲ୍ଲାରେ ଜଣେ ବି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ୧୨ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ତଳେ ରହିଛି । ୭ ଜିଲ୍ଲାରେ ୪୦ରୁ କମ୍ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।