ଓଡ଼ିଆ ନ୍ୟୁଜ୍: ଷ୍ଟ୍ରେଟ ଅଫ୍ ହର୍ମୁଜ୍ରେ ଜବରଦଖଲ ନେଇ ଆମେରିକାକୁ ଚୀନର ଧମକ।ଆମେରିକାର ବ୍ଲକିଙ୍ଗ ନେଇ ଧମକ ଦେଲେ ଆଡମିରାଲ ଡେଙ୍ଗ ଜୁନ।ଇରାନ ସହ ଚାଇନାର ବ୍ୟବସାୟିକ ଓ ଶକ୍ତି ଚୁକ୍ତି ରହିଛି। ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କଲେ ପରିଣାମ ଭୟାବହ ହେବ। ଚାଇନା ଏହାର ୪୦ ପ୍ରତିଶତ LNG ହର୍ମୁଜ ଦେଇ କ୍ରୟ କରିଥାଏ।
ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର ପ୍ରତିବନ୍ଧକକୁ ଚୀନ ଚ୍ୟାଲେଞ୍ଜ କରିଛି। ଆମ ପାଇଁ ହର୍ମୁଜ ପ୍ରଣାଳୀ ସଦା ସର୍ବଦା ଉନ୍ମୁକ୍ତ ବୋଲି କହିଛନ୍ତି କହିଛି ବେଜିଂ।
ଇସଲାମାବାଦ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ତାର ନୌସେନାକୁ ହର୍ମୁଜ ପ୍ରଣାଳୀରେ ମୁତୟନ କରିଛି । ଏହାର ଲକ୍ଷ୍ୟ ଇରାନର ବାଣିଜ୍ୟିକ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା । ମାତ୍ର ଚୀନ୍ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଏକ କଠୋର ବୟାନ ଦେଇ କହିଛନ୍ତି, ‘ଇରାନ ସହିତ ଆମର ବାଣିଜ୍ୟିକ ସମ୍ପର୍କ ରହିଛି ଏବଂ କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।