ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ଯୋଜନାବଦ୍ଧ ଆକ୍ରମଣ,ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି । ଭାରତୀୟ ଜନତା ଯୁବମୋର୍ଚ୍ଚା ଗତ ୨୮ତାରିଖ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଶାନ୍ତିପୂର୍ଣ୍ଣଭାବେ ବିଧାନସଭା ଘେରାଉ କରିବାକୁ ଯାଉଥିଲେ । ସେହି ବିକ୍ଷୋଭ ସମୟରେ ପୋଲିସ ଆକ୍ରମଣରେ ଯୁବମୋର୍ଚ୍ଚାର ୧୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅମାନୁଷିକ ଆକ୍ରମଣରେ ସଂପୃକ୍ତ ଥିବା ସମସ୍ତ ପୋଲିସ ଅଧିକାରୀ, ସାଧା ପୋଷାକରେ ଥିବା ବିଜେଡି ଗୁଣ୍ଡାମାନଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ କ୍ୟାପିଟାଲ ଥାନାରେ ଦିଆଯାଇଥିବା ଏଫଆଇଆରକୁ ପଂଜିକୃତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୋଲିସଙ୍କ ଏଭଳି ମନୋଭାବ ନେଇ ଆଜି ବିଜେପି ତରଫରୁ ରାଜ୍ୟର ବିଭିନ୍ନ ଥାନାରେ ପୋଲିସ ଡିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଡିସିପିଙ୍କ ବିରୋଧରେ ଏତାଲା ଦରଜ କରାଯାଇଛି ।

ଓଡ଼ିଶାରେ ପ୍ରଶାସନକୁ ରାଜନୈତିକକରଣ କରାଯାଉଛି ଏବଂ ରାଜନୀତିକୁ ଅପରାଧୀକରଣ କରାଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାରକୁ ଆନୁଷ୍ଠନିକ କରିବାରେ ବିଜୁ ଜନତା ଦଳ ସିଧହସ୍ତ ହାସଲ କରିଛି । ଏନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ସ୍ୱର ଉଠାଇବା ବେଳେ ବିଜେଡି ଗୁଣ୍ଡାମାନେ ମାଡମାରିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ କିନ୍ତୁ ବିଜେଡି ସରକାର ଲାଗି ଏହାର ଚିତ୍ର ଦିନକୁ ଦିନ ନଷ୍ଟ ହୋଇଯାଉଛି । ସାଧାରଣ ଜନତା ପୋଲିସର ତଦନ୍ତ ନିରପେକ୍ଷ ହେଉ ବୋଲି ଚାତକପକ୍ଷୀ ପରି ଚାହିଁ ରହିଛନ୍ତି, କିନ୍ତୁ ପୋଲିସ ବିଜୁ ଜନତା ଦଳର କର୍ମୀ ଭଳି ବିଜେପି କାର୍ଯ୍ୟକର୍ତାଙ୍କୁ ଅପରାଧୀ ଭଳି ବ୍ୟବହାର କରି, ମାଡ ମାରିବା ସହ ମିଥ୍ୟା ଦଫା ଲଗାଇ ଗିରଫ କରିଛନ୍ତି । ପୋଲିସ ନୀରପକ୍ଷ ନ୍ୟାୟ କରିବା ସହ ତଦନ୍ତ କରନ୍ତୁ ।

ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ସ୍ପଷ୍ଟ ଥିବାବେଳେ ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି ସରକାର । ଏପରିକି ବିଜେଡି ସରକାର ନିଜ ଅପରାଧିକ ଭାବମୂର୍ତିକୁ ବଂଚାଇବା ପାଇଁ ଅଭିଯୁକ୍ତ ଏବଂ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀମାନଙ୍କୁ ହତ୍ୟା କରୁଥିବାର ଓଡିଶାବାସୀ ଅନୁଭବ କରିଲେଣି । ବିଜେଡିର ଏହି ହୀନଚକ୍ରାନ୍ତକୁ ବିଜେପି ଓଡ଼ିଶାବାସୀଙ୍କ ଆଗରେ ପରର୍ଦ୍ଦାଫାସ କରିବ । ଏନେଇ ଆସନ୍ତାକାଲି ୪ତାରିଖରେ ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯଦି ପୋଲିସ ବିକ୍ଷୋଭ ପରେ ଏଫଆଇଆର ଗ୍ରହଣ ନକରେ ପୋଲିସକୁ ଅଦାଲତି ନିର୍ଦ୍ଦେଶ ପାଇଁ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସହ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହେବ ।

Leave A Reply

Your email address will not be published.