ପାଟନା ମହାନଗର ନିଗମ ମେୟରଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେଲେ ସିଏମସି ମେୟର, ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଆଲୋଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିହାର ପାଟନା ମହାନଗର ନିଗମ ମେୟର ସୀତା ସାହୁ ଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ ରେ ଯୋଗଦେଲେ ସିଏମସି ମେୟର। ପାଟନା ମହାନଗର ନିଗମର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବୈର୍ଯ୍ୟବସ୍ତୁ ପରିଚାଳନା, ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବସ୍ତି ସମସ୍ୟାର ସମାଧାନ, SHG ଗୃପ୍ ପରିଚାଳନା ଓ କଲ୍ୟାଣ ପାଇଁ ଯୋଜନା, ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା, ଶିକ୍ଷା ବ୍ୟବସ୍ଥା ଉନ୍ନତିକରଣ, ପରିବହନ ବ୍ୟବସ୍ଥା ପରିଚାଳନା, ପରିମଳ ବ୍ୟବସ୍ଥା ପରିଚାଳନା, ଟ୍ରିଟ୍ ମେଂଟ ପ୍ଳାଣଂଟ ପରିଚାଳନା ପ୍ରଭୁତି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କର୍ପୋରେଟର ଓ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ମାନଙ୍କ ସହିତ ଦୀର୍ଘ ୨ଘଂଟା ଧରି ଆଲୋଚନା ହୋଇଥିଲା।

କଟକ ମହାନଗର ନିଗମର ଉନ୍ନତିକରଣ କଥା ଶୁଣି ସେମାନେ ସ୍ତମ୍ଭିଭୁତ ହୋଇଥିଲେ । ମୋ ୱାର୍ଡ ଅଭିଯାନ, ବୈର୍ଯ୍ୟବସ୍ତୁ ପରିଚାଳନା, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ, ସ୍ୱଚ୍ଛତା ଦିଗରେ ନିଆଯାଇଥିବା ଉନ୍ନତିକରଣ ପଦକ୍ଷେପକୁ ସେମାନେ ପ୍ରଂଶସା କରିଥିଲେ । SHG ଗୃପରେ କାର୍ଯ୍ୟରତ ମା ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗି କରିବା ଦିଗରେ ଓଡିଶା ରାଜ୍ୟସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବେସ୍ ଆକୃଷ୍ଟ କରିଥିଲା ।
ଏହି ବୈଠକରେ ପାଟନା ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ସାମିଲ ହୋଇଥିଲେ । ଆଇନଜୀବୀ  ସଞ୍ଜତ ଦାସ, ଡଃ. ଆଶିଶ୍ ସିହ୍ନା, ଅସଫର୍ ଅହମ୍ମଦ୍‌, ଇଦ୍ରଜିତ୍ ଚନ୍ଦ୍ରବଂଶି, ଶିଶିର କୁମାର ପ୍ରଭୁତି ୧୦ଜଣିଆ ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଥିଲେ । ଏହି ଅବସରରେ ପାଟନା ମହାନଗର ନିଗମର ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଏବଂ ସଦଶ୍ୟ ମାନଙ୍କୁ କଟକ ଆସିବାପାଇଁ ଅନୁରୋଧ କରିଥିଲେ।

Leave A Reply

Your email address will not be published.