୨୦୨୪ ନିର୍ବାଚନରେ ନିଶ୍ଚୟ ହାରିବ ବିଜେପି: ସତ୍ୟପାଲ ମଲ୍ଲିକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ବିଜେପି ସରକାରଙ୍କୁ ଟାର୍ଗେଟ କଲେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ଲୋକସଭା ନିର୍ବାଚନ ଏବଂ ବିରୋଧୀଙ୍କ ଏକତାକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ମଧ୍ୟରେ ତାଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି । ବିରୋଧୀଙ୍କୁ ସମର୍ଥନ କରି ମୋଦୀଙ୍କ ବିପକ୍ଷରେ ଟ୍ୱିଟ କରିଛନ୍ତି ସତ୍ୟପାଲ । ସେ ଟୁଇଟ କରିଛନ୍ତି, ସତ୍ୟକୁ ସାମ୍ନା କର । ଇଡ଼ି ଏବଂ ସିବିଆଇ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ୨୦୨୪ରେ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ନିଶ୍ଚିତ ବୋଲି ସେ କହିଛନ୍ତି । ସାହସର ସହ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଙ୍କୁ ସାମ୍ନା କରିବା ଉଚିତ ବୋଲି ସେ କହିଛନ୍ତିି । ୬ ମାସ ପରେ ସେମାନଙ୍କର ପରାଜୟ ନିଶ୍ଚିତ ବୋଲି ସେ କହିଛନ୍ତି ।

ନିକଟରେ ହରିୟାଣାର ଏକ ସଭାରେ ଉଦବୋଧନ ବେଳେ ନିଜକୁ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ସତ୍ୟପାଲ। ସେ ଆହୁରି ବି କହିଥିଲେ କି ଯେବେ ଯେବେ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି, ସେବେ ସେବେ ବିଜେପି ପରାଜୟର ସମ୍ମୁଖୀନ ହୋଇଛି। ଏଥର ବିଜେପି ସାମ୍ନାରେ କେବଳ ଜଣେ ବିରୋଧୀ ପ୍ରାର୍ଥୀ ରହିବ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ବିରୋଧୀ ଦଳର ଏପରି ୧୦ ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ବିଜେପିକୁ ବରାବର ଟକ୍କର ଦେବାକୁ ପ୍ରସ୍ତୁତ। ତେବେ ସତ୍ୟପାଲ ମଲିକଙ୍କ ଏଭଳି ବୟାନ ପରେ ଗଣମାଧ୍ୟମ ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା କଥା ତାଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ, ସେ କୌଣସି ଦଳରେ ଯୋଗଦେବେ ନାହିଁ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। କିନ୍ତୁ ଯିଏ ବିଜେପିକୁ ପରାସ୍ତ କରିବ ତାଙ୍କୁ ସେ ସାହାଯ୍ୟ କରିବେ। ଆଉ ସେ ପ୍ରଧାନମନ୍ତ୍ରୀ ଭାବରେ ସର୍ବୋତ୍ତମ ଜଣେ ବ୍ୟକ୍ତି ହୋଇପାରନ୍ତି। ସେହିପରି କୁସ୍ତି ପ୍ରସଙ୍ଗରେ ପୂର୍ବତନ ରାଜ୍ୟପାଳ ମଲିକ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି କେବଳ କ୍ଷମତାର ଚିନ୍ତା କରେ ଏବଂ ଅନ୍ୟ କାହାରି ଚିନ୍ତା କରେ ନାହିଁ।

Leave A Reply

Your email address will not be published.