ଜୋ-ବାଇଡେନ୍‌ ଏବଂ ଏଲନ୍‌ ମସ୍କଙ୍କ ଟ୍ଵିଟର ହ୍ୟାକ୍‌ କରି ଜେଲ୍‌ ଗଲା ଯୁବକ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଏଲନ୍‌ ମସ୍କଙ୍କ ଟ୍ଵିଟର ହ୍ୟାକ୍‌ କରି ଜେଲ୍‌ ଗଲା ଆମେରିକାର ୨୪ ବର୍ଷୀୟ । ଯୁବକ ଜଣକ ୨୦୨୦ ମସିହା ଜୁଲାଇ ମାସରେ ୧୩୦ ଜଣ ବିଶିଷ୍ଟ ଲୋକଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଏହାକୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରିଥିଲେ । ଜୋସେଫ ଜେମ୍ସ ଓକର୍ଣ୍ଣର ନାମକ ଏହି ହ୍ୟାକର ଜଣକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆମେରିକା ମଡେଲ କିମ୍‌ କାର୍ଦଶିୟନ ଓ ଟେସ୍ଲା ସିଇଓ ଏଲନ ମସ୍କଙ୍କ ସହିତ ବହୁ ସେଲିବ୍ରେଟିଙ୍କ ଟ୍ଵିଟର ଆକଉଣ୍ଟ ହ୍ୟାକ୍‌ କରିଥିଲେ । ଏଥିପାଇଁ ଜୋସେଫକୁ ନ୍ୟୁୟର୍କ ସଂଘୀୟ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଜୋସେଫ ତା’ର ସଫେଇରେ ନିଜର ଦୋଷ ସ୍ୱୀକାର କରିବା ସହ ଅଜ୍ଞତା ବଶତଃ ଓ କିଛି କାରଣ ନଥାଇ ଏପରି ଭୁଲ କରିଥିଲା । ଏଥିପାଇଁ ସେ ପୀଡିତଙ୍କୁ କ୍ଷମା ମାଗିଛି ବୋଲି କହିଥିଲା ।

ଜୁଲାଇ ୨୦୨୦ ରେ ଜୋସେଫ ରାଷ୍ଟ୍ରପତି ଜୋ- ବାଇଡେନଙ୍କ ଆକାଉଣ୍ଟରେ ଲେଖିଥିଲା ଯେ ତଳେ ଦିଆଯାଇଥିବା ଠିକଣାରେ ପଠାଯାଇଥିବା ସବୁ ବିଟ କଏନ୍‌ ବଦଳରେ ଦୁଇଗୁଣା ବିଟ କଏନ ଫେରସ୍ତ କରାଯିବ । ଯଦି ଆପଣ ୧୦୦୦ ଡଲାର ପଠାଇବୋ ତେବେ ଆପଣଙ୍କୁ ୨୦୦୦ ଡଲାର ପଠାଯିବ । କେବଳ ଏହି ସୁବିଧା ୩୦ ମିନିଟ ପାଇଁ ଉପଲବ୍ଧ ବୋଲି ରାଷ୍ଟ୍ରପତି ବାଇଡେନଙ୍କ ଟ୍ଵିଟର ଆକାଉଣ୍ଟରେ ଲେଖିଥିଲା । ଟ୍ଵିଟର ଏହି ସମୟରେ ହ୍ୟାକର୍ସ ଠାରୁ ରକ୍ଷା କରିବା ପାଇଁ ସମସ୍ତ ଭେରିଫାଏଡ ଆକଉଣ୍ଟକୁ ଡିଆକ୍ଟିଭ କରିବା ସହ ଟ୍ଵିଟ ସୁବିଧାକୁ ଡିସେବଲ କରିଦେଇଥିଲା ।

Leave A Reply

Your email address will not be published.