ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ମୋଦି, ୨୬ ବର୍ଷ ପରେ ଇଜିପ୍ଟରେ ପହଞ୍ଚିଲେ ଭାରତୀୟ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଯାଇ ଶନିବାର ସନ୍ଧ୍ୟାରେ କାଇରୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଜିପ୍ଟ ଗସ୍ତ । କାଇରୋ ବିମାନବନ୍ଦରରେ ମୋଦିଙ୍କୁ ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବଲି ସ୍ୱାଗତ କରିଥିଲେ । ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ୨୬ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ଇଜିପ୍ଟରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଶନିବାର ସଂଧ୍ୟାରେ କାଇରୋରେ ଏକ ରାଉଣ୍ଡଟେବୁଲ ବୈଠକ କରିବେ ମୋଦି । ଏହାପରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବେ। ଶନିବାର କାଇରୋରେ ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କୁ ଭେଟିବେ ମୋଦି । ଏହାପରେ ସେ ଇଜିପ୍ଟର ଚିନ୍ତକମାନଙ୍କ ସହ ଆଲୋଚନା କରିବେ ।

ରବିବାର ସକାଳ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ସମୟ ସକାଳ ସାଢ଼େ ୯ଟାରେ ଅଲ୍ ହାକିମ୍ ମସଜିଦ୍ ପରିଦର୍ଶନ କରିବେ। ଏହାପରେ ସେ ହେଲିଓପଲିସ ଯୁଦ୍ଧ କବରସ୍ଥାନ ପରିଦର୍ଶନ କରିବେ। ଏହାପରେ ସେ ଇଜିପ୍ଟ ପ୍ରେସିଡେନ୍ସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ଇଜିପ୍ଟର ରାଷ୍ଟ୍ରପତି ଏଲ୍ ସିସିଙ୍କ ସହ ବୈଠକ କରିବେ ।

Leave A Reply

Your email address will not be published.