୧.୩୦ ଲକ୍ଷ ଆଦିବାସୀ ଗ୍ରାମରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରିବ ବିଜେପି; ପ୍ରସ୍ତୁତିରେ ବ୍ୟସ୍ତ କାର୍ଯ୍ୟକର୍ତ୍ତା
ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରାୟ ନିଶ୍ଚିତ। ଗୋଟିଏ ପଟେ ବିଜେପି ଏବଂ ଏହାର ସହଯୋଗୀମାନେ ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଆଶ୍ଵସ୍ଥ ମନେ ହେଉଥିବାବେଳେ ଅନ୍ୟ ପଟେ ବିରୋଧୀ ଦଳର ବିଭାଜନ ସେମାନଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବିଜୟ ସମ୍ଭାବନାକୁ କଷ୍ଟସାଧ୍ୟ କରୁଛି। ରାଷ୍ଟ୍ରପତି ନିନିର୍ବାଚନର ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ବିଜେପି ଏତେ ଆତ୍ମବିଶ୍ୱାସୀ ଯେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।
ସୂଚନାନୁସାରେ, ଦେଶର ପ୍ରାୟ ୧ ଲକ୍ଷ ତିରିଶ ହଜାର ଆଦିବାସୀ ଗ୍ରାମରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରିବାକୁ ବିଜେପି ଯୋଜନା କରିଛି। ଜୁଲାଇ ୨୧ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଘୋଷଣା ହେବା ମାତ୍ରେ ବିଜେପି ଉତ୍ସବ ପାଳନ କରିବ। ଏଥିପାଇଁ ସାରା ଦେଶରେ ୧୫,୦୦୦ ମଣ୍ଡପରେ ପାଳନ କରିବାକୁ ବିଜେପି ନିର୍ଦ୍ଦେଶ ଦେଇଛି। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ବିଜୟ ଉତ୍ସବ ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କେବଳ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛି।
ୟୁପିରେ ବିଜେପି ବିଧାୟକମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି
କହିରଖୁଛୁ ଯେ, ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଏଥିପାଇଁ ବିଜେପି ପ୍ରସ୍ତୁତି ଶେଷ କରିଛି। ମତଦାନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ସମସ୍ତ ବିଜେପି ବିଧାୟକଙ୍କୁ ଜୁଲାଇ ୧୬ ରୁ ଲକ୍ଷ୍ନୌ ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୬ ଏବଂ ୧୭ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ତା’ର ବିଧାୟକମାନଙ୍କୁ ତାଲିମ ଦେବ। ଏହା ବ୍ୟତୀତ ସମଗ୍ର ଦେଶରେ ବିଜେପି ଏହାର ବିଧାୟକମାନଙ୍କୁ କଡା ନିର୍ଦ୍ଦେଶ ଦେଇଛି ଯେ ଭୋଟ୍ ଦିନ ସେମାନେ ନିଜ ନିଜ ରାଜ୍ୟରେ ଭୋଟ୍ ଦେବା ପାଇଁ ଉପଲବ୍ଧ ହେବା ଆବଶ୍ୟକ।