ରାଜଧାନୀର ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରିବ ବିଏମସି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀର ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରିବ ବିଏମସି। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି। ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଘର ଘର ଅଭିଯାନରେ ଏଯାଏ ୪ ହଜାର ୩୦୯ ଘରକୁ ପହଞ୍ଚିଛି ବିଏମସି। ବିଭିନ୍ନ ୱାର୍ଡରେ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହ ହଜାରେରୁ ଅଧିକ ମଶା ଲାର୍ଭା ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇଛି।

ଭୁବନେଶ୍ୱରରେ ଏଯାବତ ୧୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୪୭୧ ରୋଗୀ ହସ୍ପିଟାଲରୁ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୫୦ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଏମସି କମିଶନର ଡେଙ୍ଗୁକୁ ରୋକିକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସମୟରେ ସାଧାରଣ ଲୋକ ମଧ୍ୟ ସହଯୋଗ କରିବା ଏବଂ ନିଜ ଆଖପାଖ ସଫା ରଖିବାକୁ ଦେଇଛନ୍ତି ପରାମର୍ଶ।

Leave A Reply

Your email address will not be published.