ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅସାବଧାନତା କାରଣରୁ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ ଆହତ। ଫଳରେ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଘଟିଛି। ରାଜଗାଙ୍ଗପୁରସ୍ଥିତ ICICI ବ୍ୟାଙ୍କର କର୍ମଚାରୀ ଆଜି ସକାଳେ ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ। ଏହି ସମୟରେ ଟଙ୍କାକୁ ଗାଡ଼ିରେ ଲୋଡ କରାଯାଉଥିବା ବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ।
ମାତ୍ର ହଠାତ୍ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିବାକୁ ଲାଗିଲା। ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇଥିବା ଜଣାଯାଇଛି।