ଭୁବନେଶ୍ବର କପିଳେଶ୍ୱର ମନ୍ଦିର ଗଲା ଏଏସଆଇ ଅଧିନକୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର କପିଳେଶ୍ୱର ମନ୍ଦିର ଗଲା ଏଏସଆଇ ଅଧିନକୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଘୋଷଣା ପତ୍ରକୁ ଟ୍ୱିଟ କରି ସୂଚନା ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଜଣାଇଲେ କୃତଜ୍ଞତା ଜଣାଇଛନ୍ତି ସାଂସଦ । ଅନ୍ୟପଟେ ମନ୍ଦିର ସେବାୟତ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପଂଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଥିଲା । ମନ୍ଦିର ସୁରକ୍ଷା ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ । ଏନେଇ ସାଂସଦ କପିଳେଶ୍ୱର ମନ୍ଦିର ଦାୟିତ୍ୱ ଏଏସଆଇ ଅଧିନକୁ ନେବାକୁ ଏପ୍ରିଲ ୩ରେ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ ।

Leave A Reply

Your email address will not be published.