ମୁମ୍ବାଇ(ଓଡ଼ିଆ ନୁୃଜ୍): ୫୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ନାମୀଦାମୀ ନିର୍ମାତା କରଣ ଜୋହର। ଆଜି ଜନ୍ମଦିନ, ସେଥିପାଇଁ କରଣଙ୍କ ପାଇଁ ଆଜିର ଦିନଟି ବେଶ୍ ଖାସ୍ । ଏହି ଖାସ ଦିନଟିକୁ ଆଉ ଟିକେ ଖାସ୍ କରିବା ପାଇଁ କରଣ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ପ୍ଲାନିଙ୍ଗ କରିଛନ୍ତି । କିଛି ଘୋଷଣା କରି ଫ୍ୟାନଙ୍କୁ ଗୋଟେ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ତେବେ କରଣଙ୍କ ସ୍ପେଶାଲ ଆନାନାଉନ୍ସମେଣ୍ଟ କଣ ରହିବ ସେନେଇ ଟ୍ୱିଟର ଜରିଆରେ ସୂଚନା ଦେଇସାରିଛନ୍ତି। କରଣ ଟ୍ୱିଟ କରି ଫ୍ୟାନ୍ସଙ୍କୁ କହିଛନ୍ତି ସେ ବହୁତ କିଛି ଖାସ୍ ଘୋଷଣା କରିବାକୁ ଯାଉଛନ୍ତି । କରଣ ଜୋହର ଲେଖିଛନ୍ତି ଗୋଟିଏ ଖାସ୍ ଦିନ, ସ୍ପେଶାଲ ନୋଟ୍, ଗୋଟିଏ ସ୍ପେଶାଲ ଘୋଷଣା । ଯୋଡି ହୋଇ ରହିଥାନ୍ତୁ । ଖୁବଶିଘ୍ର କିଛି ଘୋଷଣା ହୋଇପାରେ ।କରଣଙ୍କ ଏହି ଟ୍ୱିଟ ପରେ ପ୍ୟାନ୍ସ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅଧିକରୁ ଅଧିକ ଫ୍ୟାନ୍ସ କହିଛନ୍ତି କରଣ ତାଙ୍କ ବିବାହକୁ ନେଇ କିଛି ଘୋଷଣା କରିପାରନ୍ତି ।
