ବଲିଉଡ଼ର ନୂଆ କମାଣ୍ଡୋ ଓଡ଼ିଆ ପୁଅ ପ୍ରେମ ପରିଜା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଲିଉଡ଼ର ନୂଆ କମାଣ୍ଡୋ ଓଡ଼ିଆ ପୁଅ ପ୍ରେମ ପରିଜା । ରିଲିଜ୍ ହୋଇଛି ଆଗାମୀ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ କମାଣ୍ଡୋର ପ୍ରଥମ ଟିଜର । ଏଥିରେ ଥିବା ଏହି ହିରୋ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ଏଥର ମାୟାନଗରୀର ନୂଆ କମାଣ୍ଡୋ ହୋଇଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା। ବଲିଉଡ଼ ଫିଲ୍ମ କମାଣ୍ଡୋ, ଆକ୍ସନ ହିରୋ ବିଦ୍ୟୁତ ଜାମଓ୍ଵାଲାଙ୍କ ଅଭିନୀତ ଏହି ଫିଲ୍ମ ଦିନେ ସମସ୍ତଙ୍କ ମନ ଜିତିଥିଲା। ଆଉ ଏବେ ଓଡ଼ିଆ ପୁଆ ପ୍ରେମ ପରିଜା ହିନ୍ଦୀ ଆକ୍ସନ େଓ୍ଵବ ସିରିଜ କମାଣ୍ଡୋରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ବଲିଉଡ଼ରେ ନିଜର ଡେବ୍ୟୁ କରି କ୍ୟାରିଅର ଆରମ୍ଭ କରିବେ ଓଡ଼ିଆ ପୁଅ ପ୍ରେମ। ଦମଦାର ଆକ୍ସନ ଓ ଜବରଦସ୍ତ ଷ୍ଟଣ୍ଟରେ ଭରପୂର ଏହି କମାଣ୍ଡୋ ମୁଭି ଅନେକ ଦର୍ଶକଙ୍କ ମନକିଣିଥିଲା । ପ୍ରଥମ କମାଣ୍ଡୋ ମୁଭିରେ ଆକ୍ସନ ହିରୋ ବିଦ୍ୟୁତ ଜାମଓ୍ଵାଲା ଙ୍ଅଭିନୟ କରିଥିବାବେଳେ ଏଥର ବଲିଉଡ୍ ରେ ନୂଆ କମାଣ୍ଡୋ ହୋଇ ଏଂଟ୍ରି କରୁଛନ୍ତି ଏହି ଓଡିଆ ପୁଅ । ଏହି ୱେବସିରିଜରେ ଦମଦାର ଆକ୍ସନ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ପ୍ରେମ୍ । ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ବହୁତ କଷ୍ଟ କରିଥିଲେ ପ୍ରେମ , ଶେଷରେ ତାଙ୍କ ପରିଶ୍ରମ ସଫଳତା ପାଇଛି । ଭୁବନେଶ୍ୱରରେ ଜନ୍ମ ହୋଇଥିବା ପ୍ରେମ୍ ଖୁବ୍ କମ୍ ବୟସରୁ ବଲିଉଡରେ ନିଜ କ୍ୟାରିଅର କରିବାର ସ୍ୱପ୍ନ ଦେଖିଥିଲେ । ଭୁବନେଶ୍ୱରର ସେଣ୍ଟ ଜୋସେଫ୍ ସ୍କୁଲରେ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ କୁ ଯାଇଥିଲେ । ଭୁବନେଶ୍ୱରରେ ପ୍ରଥମେ ଥିଏଟିରରେ ଅଭିନୟ କରିବା ପରେ ଦିଲ୍ଲୀ ର ହନ୍ସରାଜ କଲେଜର ଡ୍ରାମାଟିକ୍ ସୋସାଇଟି ତରଫରୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ଅଭିନୟ କରିଥିଲେ । ଏହା ପରେ ସେ ବଲିଉଡରେ ପ୍ରବେଶ କଲେ । କ୍ୟାରିୟର ଆରମ୍ଭରୁ ସେ ବଲିଉଡରେ ଜଣେ ସହ ନିର୍ଦ୍ଦେଶକ ଭାବେ କାମ କଲେ ।

୨୦୧୩ରୁ ୨୦୨୧ ଭିତରେ ‘ୱେଲକମ୍ ଟୁ କରାଚି’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟଫ୍ଲିକ୍ସର ହଲିଉଡ୍ ଧାରାବାହିକ ‘ସେନ୍ସ ୮’, ‘ବାଟଲା ହାଉସ’ ଆଦି ରେ କାମ କରିଛନ୍ତି ପ୍ରେମ୍ ପରିଜା । ଏବେ କମାଣ୍ଡୋ ୱେବସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଯାହାର ଟିଜର ଏବେ ରିଲିଜ୍ ହୋଇଛି । ଯେଉଁଥିରେ ପ୍ରେମଙ୍କର ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଏହି ୱେବସିରିଜ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ । ଆଗରୁ ‘କମାଣ୍ଡୋ’ ଫିଲ୍ମର ୩ଟି ସିରିଜ୍ ହିଟ୍ ହୋଇଥିଲା ।ଏଥିରେ ବଲିଉଡ୍ ଷ୍ଟାର ବିଦ୍ୟୁତ ଜାମୱାଲଙ୍କ ଜବରଦସ୍ତ ପର୍ଫମାନ୍ସ ଦେଖିବାକୁ ମିଳିଥିଲା । ଏବେ ପରଦାରେ କମାଣ୍ଡୋ ହୋଇ କମାଲ ଦେଖାଇବେ ଆମ ଓଡ଼ିଆ ପୁଅ ପ୍ରେମ୍ ।

Leave A Reply

Your email address will not be published.