ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ, ୧୦ ମୃତ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ଲାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ,୧୦ ମୃତ।ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ।ବିସ୍ଫୋରଣସ୍ଥଳରେ NIA ଓ NSG ଟିମ୍‌ର ତନାଘନା। ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି ବର୍ଣ୍ଣନା କରିଛନ୍ତି, ତାହା ଶୁଣି ମନ ବିଚଳିତ ହୋଇଯିବ ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ କେଉଁଠି ମଣିଷର ହାତ ପଡ଼ିଛି ତ, କେଉଁଠି ଫୁସଫୁସ । କାରରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ି ସହିତ ପାଖରେ ଠିଆ ହୋଇଥିବା ଲୋକଙ୍କ ଶରୀରର ଅଂଶ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା । ପୋଲିସ ଶରୀରର ଅଂଶଗୁଡ଼ିକୁ ପଲିଥିନରେ ପ୍ୟାକ୍ କରି ତଦନ୍ତ ପାଇଁ ପଠାଇଥିଲା । ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେଟି ଗାଡ଼ି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବିସ୍ଫୋରଣଟି ଏକ ଇକୋ ଭ୍ୟାନରେ ହୋଇଥିବା ସନ୍ଦେହ କରାଯାଉଛି ।

ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସୁରକ୍ଷା ଏଜେନ୍ସିଗୁଡ଼ିକର ନିଦ ହଜାଇ ଦେଇଛି । ଏହି ଘଟଣା ଲୋକାଲ୍ ବ୍ଲାଷ୍ଟ ନୁହେଁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି । ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ୨୯୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ମିଳିବା ହେବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଛି । ଆମୋନିୟମ୍ ନାଇଟ୍ରେଟ୍ ହେଉଛି ସମାନ ରସାୟନିକ ପଦାର୍ଥ ଯାହା ସାଧାରଣତଃ ବିସ୍ଫୋରକ ତିଆରି ପାଇଁ ବ୍ୟବହୃତ ହୁଏ। ତଦନ୍ତରୁ ଜଣାପଡ଼ିଛି ଯେ ଆମୋନିୟମ୍ ନାଇଟ୍ରେଟ୍ ବିଭିନ୍ନ ସୁଟକେସ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ କରାଯାଇଥିଲା ।

Leave A Reply

Your email address will not be published.