ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦାଙ୍କ ୪୪ ପ୍ଲଟ ଠାବ

0

ଓଡ଼ିଆ ନ୍ୟୁଜ୍: ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଂସଦାଙ୍କ ବଢୁଛି ସମ୍ପତ୍ତି ତାଲିକା।୪୪ ପ୍ଲଟ୍ ସହ ୩୩୦୦ ବର୍ଗଫୁଟର ଗୋଟିଏ ବହୁତଳ କୋଠା ଠାବ।୨ଟି ସୁନା ବିସ୍କୁଟ୍‌ ସହ ୧ କେଜିର ସୁନା ଗହଣା ଠାବ।୨ କେଜିରୁ ଅଧିକ ରୁପା, ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା। ୧ କୋଟି ୩୪ ଲକ୍ଷର ବ୍ୟାଙ୍କ, ପୋଷ୍ଟାଲ, ବୀମା ଠାବ। ଝିଅର ମେଡିକାଲ ପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ।ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି।୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଘରକରଣା ସାମଗ୍ରୀ ମଧ୍ୟ ମିଳିଛି।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବାରିପଦାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରରେ ତାଙ୍କ ନିମ୍ନଲିଖିତ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି।

Leave A Reply

Your email address will not be published.