ଗିରଫ ହେଲେ MVI ଗୋଲାପ ଚନ୍ଦ୍ର ହାଁସଦା

0

ଓଡ଼ିଆ ନ୍ୟୁଜ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ବୌଦ୍ଧ MVI ଗୋଲାପଙ୍କୁ ଗିରଫ କଲା ଭିଜିଲାନ୍ସ।ଗୋଲାପଙ୍କ ନିକଟରୁ ୪୪ ପ୍ଲଟ୍‌, ବିଲ୍ଡିଂ, ୧ କେଜି ସୁନା ଠାବ।ନଗଦ ୨.୩୮ ଲକ୍ଷ ଟଙ୍କା ସହ ୫୦ ଲକ୍ଷ ବ୍ୟାଙ୍କ ଜମା ଠାବ।ଝିଅର ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ୪୪ ଲକ୍ଷ ଟଙ୍କା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମୋଟର ଭେଇକିଲ୍‌ ଇନ୍ସପେକ୍ଟର ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି।

ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପଚନ୍ଦ୍ରଙ୍କ ବାରିପଦା, ବୌଦ୍ଧ ଓ ଭୁବନେଶ୍ୱରର ୬ ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଚାଲିଥିବା ସ୍ଥାନ ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆର୍‌ଟିଓ ଅଫିସସ୍ଥିତ ଚାମ୍ବର, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହ ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାସ୍ଥିତ ଝିଅ ରହୁଥିବା ଭଡ଼ା ଫ୍ଲାଟ୍‌, ବାରିପଦା ୱାର୍ଡ ନଂ.୨୮ ଅନ୍ତର୍ଗତ ବାଘଡ଼ିହସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି।

Leave A Reply

Your email address will not be published.