ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ଚନ୍ଦ୍ରଶେଖରପୁରଠାରେ ଥିବା ନୀଳାଦ୍ରି ନିଖିଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନୋଜ କୁମାର ସାହୁ ଯୋଗଦେଇ ଡେରାସ ପାଖରେ ବସବାସ କରୁଥିବା ଅସହାୟ ଗରିବ ଲୋକଙ୍କୁ ପୋଷାକ ବଣ୍ଟନ କରିବା ସହିତ ଫିତା କାଟି ଉଦଘାଟନ କରିଥିଲେ। ଏଥିରେ ନୀଳାଦ୍ରି ନିଖିଳ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ଡେରାସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ସହିତ ସେଠାରେ ରହୁଥିବା ସମସ୍ତ ପରିବାରକୁ ଅନ୍ନ ବସ୍ତ୍ର ପ୍ରଦାନ କରିଥିଲେ। ଏଭଳି ନିଆରା ଢଙ୍ଗରେ ଆରମ୍ଭ ହୋଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ଅବହେଳିତ ଗରିବ ଲୋକମାନେ।
ଏହାକୁ ଆଗାମୀ ଦିନରେ କିଭଳି ଲୋକଙ୍କ ପାଇଁ ସେବା କରିବା ସେଥିପାଇଁ ଶପଥ ନେଇଥିଲେ। ଗରିବ ଅସହାୟ ଅବସ୍ଥାରେ ଥିବା ବିଭିନ୍ନ ବର୍ଗର ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବା ଯାହାକି ଅସହାୟ ବୁଢ଼ା ବୁଢୀ Brata ହୋଇ ପାରୁନଥିବା ବ୍ରହ୍ମଣ ପିଲାଙ୍କୁ ମାଗଣା କରାଇବା ଦିଗରେ ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଥିଲା । ୨୦୦ଗରିବ ଲୋକଙ୍କୁ ଅନ୍ନ ବସ୍ତ୍ର ଓ ପାଠ ଉପକରଣ ବଣ୍ଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭିରେ କାମ କରୁଥିବା ଜୋତିଷ ମଧ୍ୟ କାର୍ଯ୍ୟକର୍ମରେ ଯୋଗଦେଇ ଶୁଭେଚ୍ଛା ଜଣାଇ ଥିଲେ। ଏଭଳି ଚିନ୍ତାଧାରା ଯୋଗୁଁ ସମାଜର ଉନ୍ନତି ଏବଂ ମଙ୍ଗଳ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।