ଘସିପୁରା ବ୍ଲକରେ ବିଏସକେଓ୍ବାଇ ନବୀନ କାର୍ଡ ବିତରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘସିପୁରା ବ୍ଲକରେ ବିଏସକେଓ୍ବାଇ ନବୀନ କାର୍ଡ ବିତରଣ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରେ ବିଏସକେଓ୍ବାଇ ନବୀନ କାର୍ଡ ବିତରଣ ହୋଇଯାଇଛି। ଆନନ୍ଦପୁର ବିଡ଼ିଓ ଯୋଗରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଯୋଗଦେଇ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ।

ଏଥିରେ ଘସିପୁରା ବ୍ଲକର ୨୫ଗୋଟି ପଞ୍ଚାୟତର ୩୧୪ ଜଣ , ଆନନ୍ଦପୁର ବ୍ଲକ ୧୫୧ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନବୀନ କାର୍ଡ ପ୍ରଦାନ କରାଯାଇଥିଲା। ବିଏସକେଓ୍ବାଇ କାର୍ଡ ଯେଉଁମାନେ ପାଇ ନଥିଲେ ସେମାନେ ଏହି ନବୀନ କାର୍ଡ ଦ୍ବାରା ଉପକୃତ ହେବେ। ଏହି କାର୍ଡ ଦେଶର ୮୦୦ରୁ ଉର୍ଦ୍ଧ୍ବ ଚିକିତ୍ସାଳୟରେ ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଘସିପୁରା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ବେହେରା, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକ, ସିଡିପିଓ ବିନୋଦିନୀ ତ୍ରିପାଠୀ କନିଷ୍ଠଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପିଇଓ ପଙ୍କଜ ସାହୁ ମଞ୍ଚ ପରିଚାଳନା କରିଥିଲେ।ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ଏହି ନବୀନ ସ୍ଵାସ୍ଥ୍ୟକାର୍ଡ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଗରୀବ ଲୋକ ଉପକୃତ ହୋଇପାରିବେ। ପ୍ରତି ଗ୍ରାମ ପଞ୍ଚାୟତ ଅନୁଯାୟୀ ହିତାଧିକାରୀ ମାନଙ୍କୁ ଅତିଥି ବୃନ୍ଦ ସ୍ଵାସ୍ଥ୍ୟକାର୍ଡ ପ୍ରଦାନ କରିଥିଲେ।

Leave A Reply

Your email address will not be published.