ଦରଡିପାଳ ଗ୍ରାମରେ ବାବା ଧବଳେଶ୍ଵରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ଗ୍ରାମରେ ବାବା ଧବଳେଶ୍ଵର ଙ୍କ ନୂତନ ମନ୍ଦିର ସହିତ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଛି। ଦରଡିପାଳ ଓ ଆଖପାଖ ଗ୍ରାମର ୩୦୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ କୁଶେଇ ନଦୀ ରୁ କଳସ ବୁଡାଇ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ରେ ସ୍ଥାପନା କରିଛନ୍ତି। ପରେ ସୁସଜ୍ଜିତ ଯଜ୍ଞ ମଣ୍ଡପ ରେ ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ଏବଂ ଦିଅଁ ଙ୍କୁ ଧ୍ୟାନାଭିଷେକ କରାଯାଇଛି।

ଏହି ପ୍ରତିଷ୍ଠା ଉତ୍ସବ ରେ ବହୁ ସଂଖ୍ୟା ରେ ଭକ୍ତମାନେ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତିକ କର୍ମକାଣ୍ଡ ବିଶାରଦ ପୂଜକ ବୃନ୍ଦାବନ ଷଡ଼ଙ୍ଗୀ, ବାବା ଭୈରବାନନ୍ଦ ସରସ୍ବତୀ, ରବି ନାରାୟଣ ଷଡ଼ଙ୍ଗୀ, ରାଜେଶ କୁମାର ମିଶ୍ର, ମନୋଜ କୁମାର ପଣ୍ଡା ଓ ଅନ୍ୟ ପୂଜକ ମାନେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଛନ୍ତି। ଏଥିରେ କର୍ତ୍ତା ଭାବରେ ପ୍ୟାରୀମୋହନ ବାରିକ୍ , ପତ୍ନୀ ବନଜା ବେହେରା, ବିଦ୍ୟାଧର ମାଝୀ ପତ୍ନୀ ସବିତା ମାଝୀ, ହାଡିବନ୍ଧୁ ରାଉତ ପତ୍ନୀ ଅନ୍ନପୂର୍ଣ୍ଣା ରାଉତ, ଦାମୋଦର ବେହେରା, ପତ୍ନୀ ଜେମାମଣୀ ବେହେରା ପୂଜା ସଂକଳ୍ପ ରେ ବସିଥିଲେ। ମନ୍ଦିର ର ସଭାପତି କମଳ ଲୋଚନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗ୍ରାମବାସୀ ଓ ସଦସ୍ୟ ଗୋପାଳ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ରାଉତ, କାର୍ତ୍ତିକ ନାୟକ, ଆର୍ତ୍ତତ୍ରାଣ ନାୟକ, ସଂଧ୍ୟା ରାଣୀ ନାୟକ, ନିରାକାର ବେହେରା, ସସ୍ମିତା ଷେଣ୍ଢ ଓ ଦରଡିପାଳ ଯୁବକ ସଂଘ ପ୍ରମୁଖ ଯୋଗଦାନ କରି ଉତ୍ସବ ରେ ସହଯୋଗ କରିଛନ୍ତି।

ପ୍ରତି ଦିନ ସକାଳୁ ମନ୍ଦିର ର ନୀତି କାନ୍ତି ଆରମ୍ଭ କରାଯାଇ ପୂଜକ ମାନଙ୍କ ଦ୍ବାରା ସୂର୍ଯ୍ୟ ପୂଜା, ଗୋପୂଜା, ଶାଲାପୂଜା, ବାସ୍ତୁପୂଜା, ଗୀତାଯଜ୍ଞ ଓ ଚଣ୍ଡୀପାଠ ସହ ମନ୍ଦିର ର କାର୍ଯ୍ୟ ସମ୍ପାଦନ ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆଜି ଦିଅଁ ଙ୍କୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ନାମ ସଂକୀର୍ତ୍ତନ ସହ ହରହର ମହାଦେବ ଧ୍ୱନି ରେ ଗ୍ରାମ ପରିକ୍ରମା କରାଯାଇ ଯଜ୍ଞ ବେଦୀରେ ଅବସ୍ଥାପିତ କରାଯାଇଛି। ଶୁକ୍ରବାର ନବଯୌବନ ବେଶ ଦର୍ଶନ ସହ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ ‌। ଗ୍ରାମ ରେ ହଜାର ହଜାର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଙ୍କ ଗହଣରେ ପାଞ୍ଚ ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରତି ସନ୍ଧ୍ୟାରେ ସୁନାମଧନ୍ୟ କଳାକାର ଙ୍କ ଦ୍ଵାରା ଭଜନ ପରିବେଷଣ ଓ ସିନେ ତାରକା ଙ୍କ ଉପସ୍ଥିତି ଦର୍ଶକ ଙ୍କୁ ଉତ୍ସାହିତ କରୁଛି। କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ ରେ ସହଯୋଗ କରୁଛନ୍ତି।

Leave A Reply

Your email address will not be published.