ଦେଓଗାଁ କୁଶଳେଶ୍ୱରଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମରେ ଉଠିଲା ମହାଦୀପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଓଗାଁ କୁଶଳେଶ୍ୱରଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମରେ ଉଠିଲା ମହାଦୀପ | ଗତ କାଲି ମହାଶିବରାତ୍ରୀ ପାଇଁ କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ଶୈବପୀଠ ଦେଓଗାଁର କୁଶଳେଶ୍ବର ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି |

ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଜାଗର ଜାଳିଛନ୍ତି | ମନ୍ଦିର ବାହାରେ ଭକ୍ତମାନଙ୍କ ପାଇଁ ଭଜନ ସମାରୋହର ଆୟୋଜନ କରାଯାଇଛି |  କିଛି ଭକ୍ତ ସକାଳ ପ୍ରହରୁ ମନ୍ଦିରରେ ଜାଗର ଜାଳୁଥିବା ବେଳେ, ଅଧିକାଂଶ ଭକ୍ତ ସନ୍ଧ୍ୟା ପରେ ମନ୍ଦିରରେ ଜାଗର ଜାଳିବା ଜାଳିଛନ୍ତି।ରାତି ଉଜାଗର ରହି ଅଧିକାଂଶ ଭକ୍ତ ଜାଗର ଜାଳିଛନ୍ତି | ରାତି ଉଜାଗର ରହି ପ୍ରଭୁଙ୍କ ଠାରେ ଜାଗର ଜାଳିଲେ ଅପାର କରୁଣାପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି | ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି |

ସନ୍ଧ୍ୟା ରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର କୁସଲେଶ୍ବର ଙ୍କ ଦର୍ଶନ କରିଥିଲେ , ରାତି ୧୦ .୨୦ ସମୟରେ ମହାଦୀପ ଉଠିଥିଲା ଏଥିରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର,ଆନନ୍ଦପୁର SDPO ପ୍ରଶାନ୍ତ କୁମାର ବେହେରା ,ଘଷିପୁରା ତହସିଲଦାର ନୀଳକଣ୍ଠ ବେହେରା ,ଘଷିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ,ସମାଜ ସେବୀ ଦେଵପ୍ରିୟ ପାତ୍ର ଯୋଗ ଦେଇଥିଲେ, ଆଜିଠାରୁ ଏଠାରେ ୧୫ଦିନ ବ୍ୟାପି ପ୍ରସିଦ୍ଧ କୁଶଳେଶ୍ବର ଜାଗର ମେଳା ଅନୁଷ୍ଠିତ ହେବ ।

Leave A Reply

Your email address will not be published.