ବାହାଘର ପ୍ରସେସନରେ ଝିଅଙ୍କୁ ଅଶ୍ଳୀଳ ଇଙ୍ଗିତ; ଯୁବକକୁ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାହାଘର ପ୍ରସେସନରେ ଝିଅଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକକୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରମଧା ଗ୍ରାମରେ ଏକ ବାହାଘର ପ୍ରସେସନ ସମୟରେ ଝିଅମାନଙ୍କୁ କିଛି ବାହାର ପିଲା ଅଶ୍ଳିଳ ଇଙ୍ଗିତ କରିବାରୁ ଗଣ୍ଡଗୋଳ ଘଟି ଜଣେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରମଧା ଗ୍ରାମର ପ୍ରକାଶ ମହାଳିକ ଙ୍କ ପୁତୁରା ବାହାଘର ପ୍ରସେସନ ଯାଉଥିବା ସମୟରେ କିଛି ବାହାର ଯୁବକ ପ୍ରସେସନରେ ନାଚୁଥିବା ଝିଅମାନଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ। ଫଳରେ ବରଯାତ୍ରୀ ଓ ଉକ୍ତ ଯୁବକ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜି ପ୍ରକାଶଙ୍କ ପୁତୁରା ଖରାସାହାପୁର ଛକକୁ ଯାଇଥିଲା ବେଳେ ସେହି ରାଗ ରଖି ଖରାସାହାପୁର ଗ୍ରାମର ତାପସ ମହାଳିକ ଓ ମାନସ ମହାଳିକ ତାଙ୍କୁ ଅଟକାଇ ଧମକ ଦେଇଥିଲେ।

ଖବର ପାଇ ପ୍ରକାଶ ଘଟଣାସ୍ଥଳକୁ ଯାଇ ତାପସ ଓ ମାନସଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ପ୍ରକାଶଙ୍କୁ ଉଦ୍ଧାର କରି ଅନନ୍ତପୁର ମେଡିକାଲକୁ ପଠାଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପ୍ରକାଶଙ୍କୁ ବାଲେଶ୍ୱର ମେଡିକାଲ ପଠାଇଦେଇଥିବା ଜଣାପଡିଛି।ଅନନ୍ତପୁର ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା।

Leave A Reply

Your email address will not be published.