ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ପରେ ଆଜି ଆଉ ଜଣଙ୍କୁ ଗିରଫ ଦାବି । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗତ କାଲି ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

ଦୋଷୀ ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇଙ୍କୁ ଫାଶି ଦଣ୍ଡାଦେଶ । ୨୦୧୯ରେ ରାମଚନ୍ଦ୍ରଙ୍କୁ ଘର ସାମ୍ନାରେ ହତ୍ୟା କରାଯାଇଥିଲା । ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖରେ ରାମଚନ୍ଦ୍ର ବେହେରାଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା । ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାଣ୍ଡରେ ସଂପୃକ୍ତ ଏହି ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ।

ଆଜି ଘଷିପୁରା ଥାନା ସମ୍ମୁଖରେ ୨୦୧୯ ମସିହା ଜିଲ୍ଲା ପରିଷଦ ସ୍ୱାମୀ ରଞ୍ଜିତ ପୃଷ୍ଟି ଗିରଫ ଦାବି ରେ ଘଷିପୁରା ଥାନା ସମ୍ମୁଖରେ ଦାବି କଲେ ସ୍ୱର୍ଗତ ରାମଚନ୍ଦ୍ର ବେହେରା ଙ୍କ ଝିଅ ମିନାରାଣୀ ବେହେରା ଓ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର ଶତାଧିକ ଲୋକେ ।

Leave A Reply

Your email address will not be published.