ହାତ ବଢିଇଲେ ଓଡିଶା ବ୍ଳଡ଼ ସେଣ୍ଟର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି କୋରାପୁଟ ଶହୀଦ ଲକ୍ଷ୍ମଣ ମେଡିକାଲ କଲେଜରେ ରାୟଗଡା ଚମ୍ପିକୋଟା ଅଞ୍ଚଳର ରାଜେନ୍ଦ୍ର ପୀଡିକା ନାମକ ଏକ ରୋଗୀ ଗୁରୁତର ଅବସ୍ଥାରେ ଆସି ଚିକିତ୍ସିତ ହେଉଛନ୍ତି। ଆଜି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ରକ୍ତ ର ଆବଶ୍ୟକ ପଡିଲା ତାଙ୍କର ହିମୋଗଲ୍ଲୋବିନ 6% ଅଛି। ଏହି ଖବର ତାଙ୍କର ସମ୍ପର୍କୀୟମାନେ ଆମ ବ୍ଲଡ ଡୋନର ଆସୋସିଏସନ୍ ର ସଭାପତି ଶ୍ରୀ ସଂଜିବ କୁମାର ତ୍ରିପାଠି ଙ୍କୁ ଜଣେଇଲେ କହିଲେ ଭାଇ ରକ୍ତର ଆବଶ୍ୟକ ଅଛି ତାହା ପୁଣି କଣ ବିଶ୍ୱର ଏକ ବିରଳ ରକ୍ତ ତାଙ୍କୁ ଦରକାର ଯାହା ହେଲା Bombay phenotype (OH+ve) ଏହି ବର୍ଗର ରକ୍ତ ୧ଲକ୍ଷ ଲୋକଙ୍କ ଭିତରେ ଜଣଙ୍କର ଥାଏ।

ଏହା ଶୁଣି ସେ ଚାରିଆଡ଼େ ଖୋଜାଖୋଜି କଲେ ଶୁଣିବାକୁ ପାଇଲେ ମାଲକାନଗିରି ରେ ଗୋଟିଏ ୟୁନିଟ ସଂଗ୍ରହ ହେଇକି ଅଛି ତ ସେ ସାଙ୍ଗେ ସାଙ୍ଗେ ମାଲକାନଗିରି ରକ୍ତଭଣ୍ଡାର କୁ ଯୋଗାଯୋଗ କଲେ କିନ୍ତୁ ସେହି ରକ୍ତ ର ଯେଉଁ ୩୫ ଦିନ ସମୟ ଥାଏ ତାହା ଚାଲିଯାଇଥିଲା। ଏହାପରେ ସେ ରାୟଗଡା ଯୋଗାଯୋଗ କଲେ ସେଠି ମଧ୍ୟ ସମାନ ଅବସ୍ଥା ରକ୍ତ ର ସମୟ ଚାଲିଯାଇଥିଲା। ସେହି ସମୟରେ ରାୟଗଡା ଜିଲ୍ଲାର ସ୍ବେଛାସେବୀ ତଥା ରାୟଗଡା ବ୍ଲଡ ଡୋନେସନ ଅନୁଷ୍ଠାନର ସଭାପତି ବିଜୟ କୁମାର ଚୁଲେଟ ଭାଇଙ୍କୁ କହିଲେ ତାପରେ ବିଜୟ ଭାଇ ସାଙ୍ଗେ ସାଙ୍ଗେ ରକ୍ତଭଣ୍ଡାର ଯାଇକି ୧୫ ବର୍ଷ ଭିତରେ କେଉଁମାନେ ଏହି ବିରଳ ରକ୍ତ ଦାନ କରିଥିଲେ ସେହି ତଥ୍ୟ ବାହାର କରିଲେ। ସେହି ତଥ୍ୟ ଭିତରେ ଜଣେ ଭାଇ ଯାହାଙ୍କର ନାମ T.Santosh Kumar ତାଙ୍କର ବ୍ଲଡ ଗୃପ ହେଲା Bombay phenotype ତାଙ୍କୁ ଯୋଗାଯୋଗ ବହୁ କଷ୍ଟରେ କରିଲେ ସେ ମଧ୍ୟ ମନା କରୁଥିଲେ |

କିନ୍ତୁ ବହୁତ ଥର କହିବା ପରେ ସେ ରାଜି ହେଲେ ରକ୍ତଦାନ କରିବା ପାଇଁ। ରୋଗୀଙ୍କ ଜଣେ ସମ୍ପର୍କୀୟଙ୍କ ସହ ରକ୍ତଦାତା ସନ୍ତୋଷ ଭାଇ,ବିଜୟ ଭାଇ ୧୦୬ କିଲୋମିଟର ଅତିକ୍ରମ କରି ରାତି ୧୦:୦୦ ଟା ରେ କୋରାପୁଟ ପହଞ୍ଚି ରକ୍ତଦାନ କରି ଏକ ଜୀବନକୁ ଆଲୋକିତ କଲେ। ଆଉ ଏହି ମହତ କାର୍ଯ୍ୟ ରେ ବ୍ଲଡ ଡୋନର ଆସୋସିଏସନ୍ ର ସଭାପତି, ସମ୍ପାଦକ ଓ ଆସୋସିଏସନ୍ ର ଶୁଶାନ୍ତ ସ୍ୱାଇଁ, ଶ୍ରୀନିବାସ ଆଚାରି ଉପସ୍ଥିତ ରହି ମହାନ କାର୍ଯ୍ୟ କୁ ସମାପନ କଲେ। ଏହି ମହାନ କାର୍ଯ୍ୟ ପାଇଁ ନିଜର ବହୁମୂଲ୍ୟ ସମୟ ବାହାର କରି ରକ୍ତଦାତା ସନ୍ତୋଷ ଭାଇ ଓ ଆମର ବିଜୟ ଭାଇ ,ସଂଜିବ ଭାଇ

Leave A Reply

Your email address will not be published.