ଓଡ଼ିଆ ନ୍ୟୁଜ୍: ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବିଶ୍ୱ ଶାନ୍ତି ପାଇଁ ଚାଲିଛି ପ୍ରାର୍ଥନା ଓ ମନ୍ତ୍ର ପାଠ। ସ୍ନେହ, ପ୍ରେମ ଶ୍ରଦ୍ଧାର ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ଚାଲିଛି ପ୍ରାର୍ଥନା। ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ। ଓଡ଼ିଶାରେ ବୌଦ୍ଧଙ୍କ କୀର୍ତ୍ତିରାଜ, ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ଯାଜପୁର ଉଦୟଗିରି ଓ ରତ୍ନଗିରିଠାରେ ୧୨ ତାରିଖରୁ ଆରମ୍ଭ ହୋଇଛି ବୌଦ୍ଧ ସମ୍ମିଳଳୀ। ଦ୍ଵିତୀୟ ବୁଦ୍ଧ ଭାବେ ଜଣାଶୁଣା ଗୁରୁ ପଦ୍ମସମ୍ଭାବଙ୍କ ନାଁରେ ପ୍ରଥମଥର ପାଇଁ ବିଶ୍ୱ ବୌଦ୍ଧ ସମ୍ମିଳଳୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଓ ଉଦରଗିରି ବୁଦ୍ଧ ମହୋତ୍ସବ କମିଟି ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସାମ୍ଭବଙ୍କ ଦେହାନ୍ତ ଏହି ଉଦୟଗିରିଠାରେ ହୋଇଥିଲା।
ଏହିଠାରେ ବୁଦ୍ଧଙ୍କ ଜୀବନକାଳ କଟିଥିଲା। ସେଥିପାଇଁ ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୟଗିରି ଓ ରତ୍ନଗିରି ସହ ଲଳିତଗିରି ଆଦି ତିନୋଟି ସ୍ଥାନକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେବାପାଇଁ ଦାବି କରାଯାଇଛି। ବୁଦ୍ଧଙ୍କ ନୀତି ବାଣୀ ପ୍ରଚାର ପ୍ରସାର ସହ ଲୋକଙ୍କୁ ଅବଗତ କରାଇବା ମୁଖ୍ୟ ଉଦ୍ଦଶ୍ୟ ବୋଲି ଧର୍ମାବଲମ୍ୱିମାନେ କହିଛନ୍ତି। ମୁଖ୍ୟ ଗୁରୁଜୀ କହିଛନ୍ତି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ଡାଇମଣ୍ଡ ଟ୍ରାଙ୍ଗେଲ୍ କୁହାଯାଉଛି। ଏଠାରେ ଗୁରୁ ପଦ୍ମସମ୍ଭାବଙ୍କ ଜନ୍ମ ହୋଇଥିଲା। ଏହି ସ୍ଥାନରେ ଧ୍ୟାନକରି ସିଦ୍ଧି ପାଇଥିଲେ। ଗୁରୁ ପଦ୍ମସମ୍ଭାବ ଏଠାରୁ ବୌଦ୍ଧ ଧର୍ମ ଗ୍ରହଣ କରି ତିବ୍ଦତ ଯାଇଥିଲେ। ତା’ପରେ ପୂରା ହିମାଳୟରେ ବୌଦ୍ଧ ଧର୍ମ ପ୍ରଚାର ପ୍ରସାର କରିଥିଲେ। ତେଣୁ ଏହି ସ୍ଥାନ ହେଉଛି ବହୁତ ବଡ଼ ପବିତ୍ର ସ୍ଥାନ। ବିଶ୍ୱଶାନ୍ତି ପାଇଁ ୨୬ ଜଣ ବୌଦ୍ଧ ଧର୍ମକୁ ସମ୍ମାନ ଜଣାଉଥିବା ଲୋକମାନେ ଏଠାକୁ ଆସି ଗୁରୁ ପଦ୍ମସମ୍ଭାବଙ୍କ ପୂଜା କରୁଛନ୍ତି। ୫ ଦିନ ଧରି ଏହି ପୂଜା ଚାଲିଛି ବୋଲି ଗୁରୁଜୀ କହିଛନ୍ତି।