ଭୟଙ୍କର ଦୁର୍ଘଟଣା: ୨୦ ମୃତ, ୨୦ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ତେଲେଙ୍ଗାନାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଚେଭେଲା ମଣ୍ଡଳର ଖାନପୁର ଗେଟ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ବସରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TGRTC)ର ଏକ ଯାତ୍ରୀବାହୀ ବସ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବସ୍‌ରେ ଅଧିକାଂଶ ଲୋକ ଅଫିସ୍‌ ଯାଉଥିବାବେଳେ ସେମାନଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ଭୁଲ ପାଇଁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ଚେଭେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେଭେଲା ନିକଟରେ ଡମ୍ପରଟି ତେଲେଙ୍ଗାନା ସଡ଼କ ପରିବହନ ନିଗମ (TGRTC) ବସ୍‌ ସହିତ ଧକ୍କା ହୋଇଥିଲା । ଫଳରେ ବସ୍ ଉପରେ ପଥର ପଡ଼ିଥିଲା । ଘଟଣା ସମ୍ପର୍କରେ ପୁଲିସ୍ କହିଛି ଯେ, ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲା ଥାନା ଅନ୍ତର୍ଗତ ଖାନପୁର ଗେଟ୍ ନିକଟରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.