ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମେକ୍ସିକୋରେ ସକାଳୁ ସକାଳୁ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଆସି ପହଞ୍ଚିଛି । ଗୋଟାଏ ଯାତ୍ରୀବାହୀ ବସ୍ ପାହାଡ଼ୀ ନଈକୁ ଖସିପଡ଼ିବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ଚ୍ଚଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଦେଶୀ ଓ ସେମାନଙ୍କ ମଧ୍ୟରୁ କେତେକ ଆମେରିକା ସୀମାନ୍ତ ଆଡ଼କୁ ଯାଉଥିଲେ।
ଉତ୍ତର ପ୍ରାନ୍ତସ୍ଥିତ ତିଜୁଆନା ସହର ଅଭିମୁଖେ ଯାଉଥିବା ଉକ୍ତ ବସ୍ରେ ଭାରତୀୟ, ଡୋମିନିକା ସାଧାରଣତନ୍ତ୍ର ଓ ଆଫ୍ରିକୀୟ ନାଗରିକଙ୍କ ସମେତ ପ୍ରାୟ ୪୨ଜଣ ଯାତ୍ରୀ ଥିଲେ। ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ଜଣ ନାବାଳକ। ବସ୍ ଚାଳକଙ୍କୁ ଅଟକ ରଖାଯାଇଥିବା କଥା ନାୟାରିଟ୍ ପ୍ରାଦେଶିକ ସରକାର ଜାରି କରିଥିବା ବିବୃତିରେ କହିଛନ୍ତି।