ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୪ରୁ ୧୦ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୩ ତାରିଖ ଯାଏ ବଡ ବର୍ଷା ନାହିଁ। ତେବେ ରବିବାର ଭୁବନେଶ୍ୱର ସମେତ ରାଜ୍ୟର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅକ୍ଟୋବର ୬ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପୂର୍ବ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ। ଫଳରେ ତାମିଲନାଡୁରେ ବର୍ଷା ହେବ ବୋଲି ପ୍ରାଥମିକ ଆକଳନ କରାଯାଇି। ତେବେ ଏହା ବିଶେଷ ଘନୀଭୂତ ହେବନି।

ଓଡ଼ିଶାରେ ବିଶେଷ ବର୍ଷା ନାହିଁ। ଧାନ କ୍ଷେତରେ ପାଣି ବାନ୍ଧି ରଖନ୍ତୁ। ଓଦା ମାଟିରେ ଶୀଘ୍ର ରବି ଫସଲ ଲଗାନ୍ତୁ ବୋଲି ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଚଳିତ ମୌସୁମୀରେ ରାଜ୍ୟରେ ଜୁନ୍‌ ୧ରୁ ବର୍ତ୍ତମାନ ସୁଦ୍ଧା ୧୦୯୦.୮ ମିମି ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷା ୧୧୪୪.୩ ମିମିଠାରୁ ୫ ପ୍ରତିଶତ ନିଅଣ୍ଟିଆ ରହିଛି। ବର୍ତ୍ତମାନ ସୁଦ୍ଧା ୨ଟି ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ସେହିପରି ୨୪ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୪ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

Leave A Reply

Your email address will not be published.